ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିନ ମଜୁରିଆ ପୁଅ ବିଜୟ ଯୁକ୍ତ ଦୁଇ କଳା ରେ ଧରାକୋଟ ବ୍ଲକ ଟପର 

ଦିନ ମଜୁରିଆ ପୁଅ ବିଜୟ ଯୁକ୍ତ ଦୁଇ କଳା ରେ ଧରାକୋଟ ବ୍ଲକ ଟପର 

ଆସିକା, ୨୧/୫/୨୬ (ଶିବ ଶଙ୍କର ମିଶ୍ର ) ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ରେ ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ 94 ପ୍ରତିଶତ ସଫଳତା ହାସଲ କରିଛନ୍ତି । ଏଠାରେ ଅଧ୍ୟୟନ ରତ ଛାତ୍ର ବିଜୟ କୁମାର ଦାସ ମୋଟ 600 ମାର୍କ ରୁ 548 ନମ୍ବର ଆଣି A1 ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଏହି ବିଦ୍ୟାଳୟର ଶୁଭସ୍ମିତା ଦାସ 510, ତେଜେଶ୍ୱର ଦାସ 495 ନମ୍ବର ରଖି ଏହି ଅନୁଷ୍ଠାନ କୁ ଗୌରବାନ୍ୱିତ କରିଛନ୍ତି । ପ୍ରକାଶଥାଉକି ବିଜୟ ଙ୍କ ବାପା ପଞ୍ଚାନନ ଦାସ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମା ବବି ଦାସ ଜଣେ ସୁଗୃହିଣୀ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ହୃଦାନନ୍ଦ ଜେନା,ବିଷ୍ଣୁ କେଶରୀ ଆଚାର୍ଯ୍ୟ, ରୁଦ୍ର ନାରାୟଣ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ନାୟକ,ଶିଶିର ମହାନ୍ତି ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତ୍ତି:୧୧ ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ 

Sunil Chandra Nayak

ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୩ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ

Leave a Comment

error: Content is protected !!