ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେନ୍ଦ୍ର ରାଉତ ଙ୍କ ସହିଦ ସପ୍ତାହ ପାଳନ ଓ ନଗର ପରିକ୍ରମା

ବିଜେନ୍ଦ୍ର ରାଉତ ଙ୍କ ସହିଦ ସପ୍ତାହ ପାଳନ ଓ ନଗର ପରିକ୍ରମା

ପ୍ରତିବର୍ଷ ଭଳି ଚଳିତ ବର୍ଷରେ ମଧ୍ୟ ପୋଲିସ ଶହୀଦ ଦିବସ ପାଳନ କରି ଥିବା ବେଳେ ଆଜି ପୁଲିସ ଶହୀଦସପ୍ତାହ ଦିବସ ର ଶ୍ରଦାଞ୍ଜଳି ଦିବସ ପାଳନ କରା ଯାଇଛି, ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଠାରେ ଶହୀଦ ଵିଯେନ୍ଦ୍ର ରାଉତ ଙ୍କ ସ୍ମୃତି ପ୍ରତିମାରେ ତାଙ୍କର ସହିଦ ପରିବାର ପକ୍ଷରୁ ବଡ ଭଉଣୀ ମାଣିକ୍ୟ ରାଉତ, ସ୍ୱାଗତିକା ଓ ତାଙ୍କ କାକା କୁରୁକ୍ଷେତ୍ର ରାଉତ ଓ ପୋଲିସ୍ କର୍ମଚାରୀ ମାନେ ମଧ୍ୟ ଦୀପ ଧୂପ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦାଞ୍ଜଲି ଦିଆ ଯାଇ ଥିଲା, ଏହା ପୂର୍ବରୁ ବୃନ୍ଦା ବାହାଲ ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଗୋଲାମୁଣ୍ଡା ଥାନା ଓ ଦଶପୁର ପୋଲିସ୍ କର୍ମଚାରୀ ଏବଂ ଗୁଆଳୀୟର ବ୍ଲାକ କମାଣ୍ଡୋବିଶ୍ୱନାଥ ମାଝୀଓ ଅନେକ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ବୃନ୍ଦାବାହାଳ ଗ୍ରାମ ପରିକ୍ରମା କରି ଥିଲେ, ସୁଚନା ଥାଉକି ଗତ ୨୦୧୦ମସିହାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ର ଅମ୍ବା ଠାରେ ବୀଜେନ୍ଦ୍ରରାଉତ ନକ୍ସଲ ଲ୍ୟାଣ୍ଡ ମାଇନର ଶିକାର ହୋଇ ଚିର ଦିନ ପାଇଁ ଆଖି ବୁଜି ଥିଲେ, ତାଙ୍କର ବାପା ପତିତ କୁମାର ରାଉତ ଓ ତାଙ୍କ ଜନ୍ମଦାତ୍ରି ମାଆ ଆଲ୍ଲାଦିନ ରାଉତଙ୍କ ଗୋଟିଏ ବୋଲି ପୁଅ ଶହୀଦ ହେବାରୁ ଶହୀଦ ବିଯେନ୍ଦ୍ର ରାଉତ ଙ୍କ ପାଇଁ ଅଞ୍ଚଳବାସି ଦୁଃଖ ପ୍ରକାଶ କରି ଥିଲେ ମଧ୍ୟ ମାଟି ମାଁ ପାଇଁ ଗୌରବ ଆଣି ଥିଲେ,ଏହି ଅବସରରେ ଆଜି ତାଙ୍କ ସ୍ମୃତି ପ୍ରତିମା ରେ ଦୀପ ପୁଷ୍ପ ଧୂପ ଙ୍କ ଦ୍ଵାରା ପ୍ରଦାନ କରି ଥିବା ବେଳେ ତାଙ୍କ ବାପା ପତିତ ରାଉତ ଙ୍କୁ ଓକୋଢୋକନ ପ୍ରଦାନ କରି ଥିବା ବେଳେ ଦଶ ପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା , ଗୋଲାମୁଣ୍ଡାଥାନାରୁ ହେମନ୍ତ କୁମାର ହରିଜନ, ରାଜେଶ ପରିଡ଼ା,ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଓ ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତି ଥିଲେ।

ହିମାଂଶୁ ଭୋଇ ଙ୍କ ରିପୋର୍ଟ୍ 

Related posts

ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସିଆରପି ମାନଙ୍କୁ ତାଲିମ

Sunil Chandra Nayak

ଥୁଆମୁଳ ରାମପୁର ବ୍ଳକ ଗାୟତ୍ରୀ ପରିବାରର ସମନ୍ବିୟ କମିଟି ଗଠନ

Sunil Chandra Nayak

ଅପାର ଆଇଡି ଦ୍ୱାରା ପିଲାଙ୍କ ତଥ୍ୟ ପାଇଁ ତାଲିମ ଶିବିର 

masiha

Leave a Comment

error: Content is protected !!