କଂଗ୍ରେସ ଓ ବିଜେଡି ଦଳରେ ଦୋମୁହାଁ ନୀତି : ବିଜେପି….
ରାଉରକେଲା: ବିଜେପି ଦାହ କଲା ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକ ଙ୍କ କୁଶପୁତୁଳିକା
ରାଉରକେଲା : ମହିଳାଙ୍କ ସୁରକ୍ଷାକୁ ନେଇ ଗତ କିଛି ଦିନ ପୂର୍ବେ କଂଗ୍ରେସ ଓ ବିଜେଡି ଦଳ କୁମ୍ଭୀର ର କାନ୍ଦଣା କାନ୍ଦୁଛନ୍ତି । ଉଭୟ ଦଳର ପଦାଧିକାରୀ ମାନେ ନାରୀଙ୍କୁ କେଉଁ ପରି ଭାବେ ସମ୍ମାନ ଦିଅନ୍ତି ତାହାର ଜ୍ୱଳନ୍ତ ପ୍ରମାଣ ସେମାନଙ୍କ ଦଳର ଅସଲ ଚରିତ୍ର, ସ୍ଵଭାବ ଓ ମାନସିକତାକୁ ଜଣାଇଛନ୍ତି । ଭୁବନେଶ୍ୱର ମହାନଗର ନିଗମର ବିଜେଡି କର୍ପୋରେଟର ଅମରେଶ ଜେନା ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ନାରୀ ମାନଙ୍କୁ ନିର୍ଯାତନା ଦେବା ସହିତ ଅସମ୍ମାନ କରିଥିବା କ୍ଷେତ୍ରରେ ଉଭୟ ଦଳର ବଡ଼ ବଡ଼ ମୁଖିଆ ମୁଁହ ଖୋଲୁ ନାହାନ୍ତି । ଏହାର ପ୍ରତିବାଦରେ ଆଜି ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଏକ ପ୍ରତିବାଦ ସଭା ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ଙ୍କ ନେତୃତ୍ୱରେ ସେକ୍ଟର ୨ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଦଳର ଶାସନ କାଳରେ ମହିଳା କେତେ ସୁରକ୍ଷିତ ଥିଲେ, ତାହା ଅତୀତ କଥା ତାଙ୍କର ମନେ ପଡୁ ନାହିଁ। ବାସ୍ତବ କ୍ଷେତ୍ରରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଉଭୟ ଦଳର ଦୋମୁହାଁ ନୀତି ପଦାରେ ପଡ଼ିଛି ବୋଲି ବିଜେପିର ନେତୃ ବୃନ୍ଦ ସର୍ବଶ୍ରୀ ପୂର୍ଣ୍ଣିମା କେରକେଟା, ବରିଷ୍ଠ ନେତା ତଥା ଯୋଗଗୁରୁ ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିରାମ ମହାକୁଳ, ଯୁବ ନେତା ଅଙ୍କୁଶ ବର୍ମା, ପରେଶ ମିଶ୍ର ଆଦି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହିତ କଡା ସମାଲୋଚନା କରିଥିଲେ । ମନୋଜ କୁମାର ସେନାପତି ଉକ୍ତ ପ୍ରତିବାଦ ସଭା ପରିଚାଳନା କରିଥିଲେ। ପ୍ରତିବାଦ ତଥା ବିକ୍ଷୋଭ ପ୍ରଦର୍ଶନ ଏବଂ ରାଲି ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବରଂଜନ ବେଉରା, ବୁଲୁ ପୁହାଣ, ଅଶୋକ ଲେଙ୍କା, ଭୁବନେଶ୍ୱର ବେହେରା, ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ଓରାମ, ମମତା ମହାନ୍ତି, ରଞ୍ଜିତା କିସପୋଟା, ପ୍ରତିମା ରାଉତ, ମନୋଜ ସ୍ବାଇଁ, ଗୁଡ୍ଡୁ ସିଂ,ଜନ ନାୟକ, ବଟକୃଷ୍ଣ ନାୟକ, ଅନିଲ ମହାନନ୍ଦିଆ, ଲକ୍ଷ୍ମଣ ଲୋହାର ତଥା ରାଉରକେଲା ସାଂଗଠନିକ ଜିଲ୍ଲା ବିଜେପି ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ତଥା ବହୁସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

