ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକଙ୍କ ପିତା ପ୍ରାକ୍ତନ ଶିକ୍ଷକ କରମଚାନ୍ଦ ମହାନ୍ତଙ୍କ ଦେହାନ୍ତ 

ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକଙ୍କ ପିତା ପ୍ରାକ୍ତନ ଶିକ୍ଷକ କରମଚାନ୍ଦ ମହାନ୍ତଙ୍କ ଦେହାନ୍ତ 

 ମୟୂରଭଞ୍ଜ -୨୦/୦୨ ( ମସିହା) ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ସହାୟକ ସୁରଥ କୁମାର ମହାନ୍ତଙ୍କ ପିତା କରମଚାନ୍ଦ ମହାନ୍ତ(୭୮)ଙ୍କ ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନପାଖନା ଗ୍ରାମରେ ଦେହାନ୍ତ ହୋଇଯାଇଛି। ୧୯୪୬ ରେ ଜନ୍ମିତ କରମଚାନ୍ଦ ମହାନ୍ତ ଶିକ୍ଷକତା କରୁଥିଲେ । ୨୦୦୪ ମସିହାରେ ଚାପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିଲେ। ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ, ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ I ତାଙ୍କ ପରଲୋକ ଖବର ପାଇ ନୂଆଦିଲ୍ଲୀରୁ ସୁରଥ କୁମାର ମହାନ୍ତ, ସୁବ୍ରତ କୁମାର ମହାନ୍ତ ଏବଂ ବନାରସରେ କାର୍ଯ୍ୟରତ ବଡ଼ଭାଇ ରବୀନ୍ଦ୍ର କୁମାର ମହାନ୍ତ ଗ୍ରାମକୁ ପହଂଚିଛନ୍ତି । ମଝିଆ ପୁଅ ନିରତ ମହାନ୍ତ ସାନପାଖନା ଗ୍ରାମରେ ରୁହନ୍ତି । ପୁତ୍ର, ପୁତ୍ରବଧୂ, ନାତିନାତୁଣୀ, ଆତ୍ମୀୟସ୍ବଜନ ତଥା ଶୁଭେଚ୍ଛୁଙ୍କ ଉପସ୍ଥିତିରେ ସାନପାଖନା ଗ୍ରାମସ୍ଥ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ହୋଇଛି। ତାଙ୍କ ବିୟୋଗରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି । ବିୟୋଗରେ ରାଇରଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

କାଶୀପୁର ବ୍ଲକ ଟିକିରିରେ ବଜରଙ୍ଗ ଦଳ ବୈଠକ, ନୂତନ ଦାୟିତ୍ୱ ଘୋଷଣା

Sunil Chandra Nayak

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

masiha

ବନ୍ଦେ ଭାରତ ଏକ୍ସପ୍ରେସ କୁ ସ୍ୱାଗତ

Leave a Comment

error: Content is protected !!