ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ସାଥୀ(ମେଟ)ମାନଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଇଘର 20/5:-ଓଡ଼ିଶାର କାର୍ଯ୍ୟରତ ଗାଁ ସାଥୀ(ମେଟ)ମାନଙ୍କ ପ୍ରତି ଅବିଚାର ପ୍ରତିବାଦରେ ଗାଁ ସାଥୀ ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଙ୍ଘର ଉପ ସଭାପତି ନକୁଳ ନାଏକ ଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ରାଇଘର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥି ମେଟ ମାନେ ଧାରଣା ରେ ବସି ତାଙ୍କ ପ୍ରତି ଅବିଚାର ର ପ୍ରତିବାଦ କରିଥିଲେ । ତାଙ୍କର ମୁଖ୍ୟ ଦାବି ଗୁଡିକ ଯଥା

୧.ପ୍ରତ୍ୟେକ ଗାଁ ସାଥି ମେଟ ଙ୍କ ବ୍ଲକ ସ୍ତରୀୟ ଡାଟା ବେସ ପ୍ରସ୍ତୁତ ସହ ପଞ୍ଜିକରଣ କରାଇ ଆବଶ୍ୟକ ତାଲିମ ଓ ପରିଚୟ ପତ୍ର ପ୍ରଦାନ।

୨. ଓଡିଶା ସରକାର ପଞ୍ଚାୟତିରାଜ,ପାନୀୟ ଜଳ ବିଭାଗ ଅନ୍ୟାନ୍ୟ ବିଭାଗ ସହ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ରେ ନିୟୋଜିତ କରାଯାଉ।

୩. ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମଧ୍ୟସ୍ତି ବନ୍ଦ କରାଯାଉ।ଏହି ଭଳି ବିଭିନ୍ନ ସମସ୍ୟାର ଏ ପର୍ଯ୍ୟନ୍ତ କୌଣସି ସମାଧାନ ନ ହେବାରୁ ଆଜି ଗାଁ ସାଥି (ମେଟ)ମାନେ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ଯଥାଶୀଘ୍ର ସମାଧାନ କରାନଗଲେ ଆଗାମୀ ଦିନରେ ରଜ ରାସ୍ତା ଅବରୋଧ କରି ଏହାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧୯ରେ କଳାହାଣ୍ଡି ଆସୁଛନ୍ତି ଫାଇଭ୍-ଟି ସଚିବ ଭି. କେ. ପାଣ୍ଡିୟାନ 

ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଆଇନାର ନିଆରା ପ୍ରୟାସ, ହୋଲିରେ ଜୈବିକ ରଙ୍ଗ ବ୍ୟବହାରକୁ ଦେଲେ ଗୁରୁତ୍ୱ

masiha

Leave a Comment

error: Content is protected !!