ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼, ୨୧/୭(ନି.ପ୍ର) -ଜୁନାଗଡ଼ ସହର ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବାସଂସ୍ଥା ଓ ଯୁବ ରେଡ୍କ୍ରସ ୟୁନିଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବନପାଳ ଶ୍ରୀ ସୀମାଞ୍ଚଳ ମିଶ୍ର ଯୋଗ ଦେଇଥିଲେ ଏବଂ ବୃକ୍ଷ ରୋପଣ ର ମହତ୍ତ୍ୱ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ l ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର, ପ୍ରାଧ୍ୟାପକ ସରୋଜ ଠାକୁର, ଦେବେନ୍ଦ୍ର ବେହେରା, ସାଗରିକା ଦାସ, ଆଦିତ୍ୟ ଖମାରୀ, ନେଟ୍ରେନନ୍ଦ ପ୍ରଧାନ, ସମୀର କୁମାର ସାହୁ, ଯସ୍ମୀନ ବନିତା, ପୂର୍ଣ୍ଣମlସି ମାଝୀ, ସ୍ୱପ୍ନା ପ୍ରଧାନ, ଅମିତା ମେହେର ପ୍ରମୁଖ ବୃକ୍ଷ ରୋପଣ କରିଥିଲେ l ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସୁବାସିସ ପାଣିଗ୍ରାହୀ ଓ ଯୁବ ରେଡ୍କ୍ରସ ମରାମର୍ସ ଦାତା ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା ଓ ପ୍ରିୟବ୍ରତ ବାଣୁଆ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବନ ବିଭାଗର ରଜନୀକାନ୍ତ ମେହେର, କ୍ଷୀରୋଦ ଧଙ୍ଗଡ଼ାମାଝୀ ,ତାପସ୍ୱିନୀ ନାଏ ପ୍ରମୁଖ ସହଯୋଗ କରିଥିଲେ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ୧୦୦ଗୋଟି ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ 

masiha

ରଜଉତ୍ସବ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ରେ ହେବ

ଆମେ ଜାଣିବା ଆମେ ଜିଣିବା  ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!