ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଗୀଙ୍କୁ ଫଳମୂଳ ଓ ଛତା ବାଣ୍ଟି ଜନ୍ମ ଦିନ ପାଳନ କଲେ ପ୍ରଫେସର

ରୋଗୀଙ୍କୁ ଫଳମୂଳ ଓ ଛତା ବାଣ୍ଟି ଜନ୍ମ ଦିନ ପାଳନ କଲେ ପ୍ରଫେସର

କୋକସରା,୧୦/୬ // ସମ୍ବଲପୁର ୟୁନିଭରସିଟି ଜ୍ୟୋତି ବିହାରର ଓଡ଼ିଆ ବିଭାଗର ପ୍ରଫେସର ଡକ୍ଟର ଗୋପୀନାଥ ବାଗ ବିଭିନ୍ନ ସମୟରେ ରୋଗୀ ସେବା କରି ଚର୍ଚ୍ଚାକୁ ଆସିଛନ୍ତି। ସେ ମହାମାରୀ କରୋନା ସମୟରେ ମଧ୍ୟ ରୋଗୀ ଓ ଜନସାଧାରଣଙ୍କ ପାଇଁ ସେବା ଯୋଗାଇ ଜଣେ ଦରଦୀ ମଣିଷର ପରିଚୟ ଦେଇଥିବା ବେଳେ ଯେତେବେଲେ କର୍ମମୟ ଜୀବନରୁ ଗାଁକୁ ଆସନ୍ତି ଏମିତି ଜନସେବା କରିଥାନ୍ତି। ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଫଳମୂଳ ସହ ଛତା ବଣ୍ଟନ କରିଥିଲେ। ଏହି ସମୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତତ୍ୱଦର୍ଶୀ ଦାସ, ଯୁବ ସମାଜସେବୀ ଖୁଶିରାମ ରାଉତ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, କମଳାକାନ୍ତ ଚିନ୍ଦା, କ୍ଷୀରସିନ୍ଧୁ ପ୍ରଧାନୀ, ବବୃ ବାହାନ ବିଶି, ବସନ୍ତ ପଟ୍ଟନାୟକ, କର୍ମଚାରୀ କେତନ ପାତ୍ର, କୃଷ୍ଣ ଜିତ ସିଂ ରାଜପୁତ, ଆଶା କର୍ମି ଭେଜମତି ଶବର ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

୫ଟି ସଚିବଙ୍କ ଗ୍ରସ୍ତ ପରେ ବାସ୍ତବତା ର ରୂପ ନେବାକୁ ଯାଉଛି ଧର୍ମଗଡ ବାସୀଙ୍କ ସ୍ବପ୍ନ

ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!