ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ମହାବିଦ୍ୟାଳୟର NCC Unitର ଆଲୋଚନା ଚକ୍ର

ଖଇରା ମହାବିଦ୍ୟାଳୟର NCC Unitର ଆଲୋଚନା ଚକ୍ର

ବାଲେଶ୍ଵର,୧୨/୪/୨୪- ବାଲେଶ୍ଵର ଜିଲ୍ଲା ଖଇରା ମହାବିଦ୍ୟାଳୟର NCC Army Unit ର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ବିଦାୟ ସଭା ଉଦ୍ଦେଶ୍ୟରେ A Day For Nation ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ଯାପକ ତଥା NCC ଅଧିକାରୀ ଲେଫ୍ଟନାଣ୍ଟ ଡ. ଉଦୟ ରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ବିଷୟର ଉପସ୍ଥାପନା କରିଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ଶତପଥୀ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ତଥା ବକ୍ତା ଭାବରେ ଭାରତୀୟ ସେନାର ଅବସରପ୍ରାପ୍ତ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ଯୋଗଦେଇ ଦେଶସେବା କରିବା ଓ ସେନା ବାହିନୀ ଯୋଗଦେବା ପାଇଁ ପ୍ରେରଣା ଦେଇଥିଲେ । ଇତିହାସ ବିଭାଗର ଅଧ୍ଯାପକ ଡ. ସୁଜିତ କୁମାର ଛାଟିଆ ଶୃଙ୍ଖଳିତ ହେବା ଓ ଦେଶମାତୃକାର ସେବା କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ NCC Unit ତରଫରୁ କର୍ଣ୍ଣେଲ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରିବା ସହିତ ଭାରତୀୟ ସେନାରେ ଅଗ୍ନିବୀର ଭାବରେ ମନୋନୀତ ହୋଇଥିବା NCC Cadet ଓ କଲେଜର ଛାତ୍ର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଲେଫ୍ଟନାଣ୍ଟ ଡ. ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିରଳ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର , ବନବିଭାଗକୁ ହସ୍ତାନ୍ତର ପରେ ପକ୍ଷୀର ଚିକିତ୍ସା ଜାରି

Sunil Chandra Nayak

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

masiha

Leave a Comment

error: Content is protected !!