ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ସହରରେ ପ୍ରଥମ ଥର ପାଇଁ ପଶିଲା ଭାଲୁ, ଲୋକେ ଭୟଭୀତ

ଉମରକୋଟ ସହରରେ ପ୍ରଥମ ଥର ପାଇଁ ପଶିଲା ଭାଲୁ, ଲୋକେ ଭୟଭୀତ

ନବରଙ୍ଗପୁର :- (୧୦|୬)(ରବିନାରାୟଣ ମହାନ୍ତି) ପ୍ରଥମ ଥର ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଭିତରେ ଭାଲୁ ପ୍ରଵେଶ କରିବା ଦେଖିବାକୁ ମିଳିଥିଲା। ଆଜି ସକାଳ ୫ ଟା ସମୟରେ ଉମରକୋଟ ସହର ସ୍ଥିତ ଡଙ୍ଗରିଗୁଡା କଲୋନୀରେ ହଠାତ୍ ଏକ ବିରାଟ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଘର କବାଟ ବନ୍ଦ କରି ଦୀର୍ଘ ସମୟ ଧରି ଘରୁ ବାହାରି ନ ଥିଲେ । ଖବର ପାଇ ମଧ୍ୟ ଉମରକୋଟ ବନ ବିଭାଗ ପକ୍ଷ ରୁ ଭାଲୁ କୁ ଘଉଡାଇବା ପାଇଁ କୌଣସି ଉଦ୍ୟମ କରାଯାଇ ନ ଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି, ତେବେ ଭାଲୁ ଟି ନିକଟସ୍ଥ ଜଙ୍ଗଲ ଆଡ଼େ ପଳାଇଥିବା ଲୋକେ କହିଛନ୍ତି। ତେବେ ଜଙ୍ଗଲ ହ୍ରାସ ଓ ଖାଦ୍ୟ ଅନ୍ୱେଷଣରେ ଉମରକୋଟ ସହର କୁ ଭାଲୁ ପ୍ରବେଶ କରୁଥିବା ମୂଖ୍ୟ କାରଣ ବୋଲି ଜଣାପଡିଛି। ତେବେ ଉମରକୋଟ ସହରରେ ପ୍ରଥମ ଥର ପାଇଁ ଭାଲୁ ପ୍ରବେଶ କୁ ନେଇ ସହରବାସୀ ଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଯାଇଛି।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ସିଏମ କିଷାନ ସହାୟତା ରାଶି ପ୍ରଦାନ ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀ ଉପକୃତ ହେଲେ

Sunil Chandra Nayak

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ମହାସମାରୋହରେ ପାଳିତ 

Sunil Chandra Nayak

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ସୁବର୍ଣ୍ଣଜୟନ୍ତୀ ଆସନ୍ତା ୯ ରୁ…

Sunil Chandra Nayak

Leave a Comment

error: Content is protected !!