ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜି ଜାତୀୟ କୃଷକ ଦିବସ

ଆଜି ଜାତୀୟ କୃଷକ ଦିବସ

କ୍ଷୁଧାମୁକ୍ତ ସମାଜ ଗଠନ କରିବାରେ କୃଷକମାନଙ୍କ ଅବଦାନ ଅତୁଳନୀୟ। କୃଷକମାନେ ହିଁ ଦେଶର ଅର୍ଥନୀତିର ମେରୁଦଣ୍ଡ। କୃଷକଟିଏ ମୁଣ୍ଡଝାଳ ତୁଣ୍ଡରେ ମାରି ଦେଶବାସୀଙ୍କୁ ଖାଦ୍ୟ ଯୋଗାଏ। ସେଥିପାଇଁ ତ ସେ ଅନ୍ନଦାତା’। ଏହି କଥାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ। ତାଙ୍କ ଜନ୍ମଦିନ ଡିସେମ୍ବର ୨୩କୁ ସାରା ଦେଶ ‘ଜାତୀୟ କୃଷକ ଦିବସ’ ରୂପେ ପାଳନ କରିଥାଏ । ପ୍ରଧାନମନ୍ତ୍ରୀ ଚରଣ ସିଂ ତାଙ୍କ କାର୍ଯ୍ୟକାଳରେ ଦେଶର କୃଷକମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ । ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ କମ୍‌ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ, ତାକୁ ନଜରରେ ରଖୀ ୨୦୦୧ ମସିହାରେ ତାଙ୍କ ସମ୍ମାନରେ ଭାରତ ସରକାର ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ କୃଷକ ଦିବସ ରୂପରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଚରଣ ସିଂହ ନିଜେ କୃଷକ ପରିବାରରେ ଜନ୍ମ ହୋଇଥିଲେ। ସେ କୃଷକଙ୍କ ସମସ୍ୟାକୁ ଅଙ୍ଗେ ନିଭାଇଥିଲେ। ଦେଶର ପ୍ରତିଟି ନାଗରିକ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଚରଣ ସିଂହ ଦେଶବାସୀଙ୍କୁ ଜଣାଇବାକୁ ଚାହୁଁଥିଲେ। ଏହି ଦିବସ ପାଳନ ହେବାର ଆଉ ଏକ କାରଣ ହେଲା କୃଷକଙ୍କର ଯୋଗଦାନକୁ ସ୍ମରଣ କରାଇବା। କୃଷି କ୍ଷେତ୍ରରେ ପରିବର୍ତ୍ତନ ସହ କୃଷକମାନଙ୍କୁ ସଶକ୍ତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଏନେଇ ଆୟୋଜିତ ହେଉଥିବା ସମାରୋହମାନଙ୍କରେ କୃଷିକ୍ଷେତ୍ର ଓ କୃଷକମାନଙ୍କ ପାଇଁ ଥିବା ସମସ୍ୟା ଉପରେ ଆଲୋଚନା କରାଯାଏ । ଏହାସହ ସେମାନେ କିଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବେ ସେନେଇ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ । ଏହି ଦିନ କୃଷି ଉପରେ ବିଭିନ୍ନ କାର୍ଯ୍ୟକ୍ରମ, ସେମିନାର, ଉତ୍ସବ ଏବଂ ପ୍ରତିଯୋଗିତା ଆୟୋଜନ କରାଯାଏ।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

ଆଜିର ଦିବସର ଅନୁଚିନ୍ତା :ଜୁଲାଇ ୨୫ ତାରିଖ: (ବିଶ୍ୱର ପ୍ରଥମ ‘ଟେଷ୍ଟ-ଟ୍ୟୁବ୍ ବେବି’ ଲୁଇସ୍ ବ୍ରାଉନ୍‌, ସ୍ୱେତଲାନା ସାଭିତସ୍କାୟା ପ୍ରଥମ ମହିଳା ମହାକାଶଚାରୀ,ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ,ଜଗନ୍ନାଥଙ୍କ ସୁନାବେଶ’ ବା ବଡ଼ତଡ଼ାଉ ବେଶ)

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ମେ ୫ ତାରିଖ:  ଆଧ୍ୟାତ୍ମିକ,ସାମାଜିକ ଓ ବୈଜ୍ଞାନିକ ଯାତ୍ରାର ଏକ ସଂକେତମୟ ସ୍ମୃତିଚିହ୍ନ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୬ ତାରିଖ : ସୃଜନଶୀଳତାର ସମ୍ମାନ ଓ ଦାୟିତ୍ୱଶୀଳ ଜୀବନଚର୍ଯ୍ୟା 

Sunil Chandra Nayak

Leave a Comment

error: Content is protected !!