ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ- ଓ, ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ 

ନୂଆ- ଓ, ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ 

ଡାବୁଗାଁ, ୨୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭୈରବ ସ୍ନାତକ ମହାବିଦ୍ୟାଳୟ ଠାରେ ଓଡ଼ିଶା ସରକାରଙ୍କ ତରଫରୁ ଯୁବ ଛାତ୍ରୀଛାତ୍ରଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ନୂଆ- ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପାନ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଯୁବ ଶକ୍ତିର ବିକାଶ ନିମନ୍ତେ କ୍ରୀଡା , ସଂସ୍କୃତି ତଥା ସାମାଜିକ ସଚେତନତା କାର୍ଯକ୍ରମରେ ବହୁ ସଂଖ୍ୟାରେ ଛାତ୍ରୀ ଛାତ୍ର ଯୋଗଦାନ କରି ନିଜସ୍ଵ ପ୍ରତିଭାର ପରିଚୟ ଦେଇଥିଲେ । ଉଦଯାପନୀ ରେ ମହାବିଦ୍ୟାଳୟର ଅଧକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡ଼ାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ, ଜୋନ-୨ ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ | ପରିଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା | ସାଂସ୍କୃତିକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ସଙ୍ଗୀତ ପରିବେଷଣ ସହ ଆଞ୍ଚଳିକ ଲୋକନୃତ୍ୟରେ ସଭlମଞ୍ଚ ପ୍ରକମ୍ପିତ ହୋଇଉଠିଥିଲା । ଓଡ଼ିଆ ଅନର୍ସ ରେ ପ୍ରଥମ ହୋଇ ପ୍ରୀତି ଶତପଥୀ ପୁରସ୍କୃତ ହୋଇଥିଲେ l ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ଏକ ନାଟକ “କିଏ ଭାଙ୍ଗିଦେଲା ସୁନା ସଂସାର” ବେଶ୍ ଆକର୍ଷଣୀୟ ହୋଇଥିଲା l ସମଗ୍ର କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ ଚନ୍ଦନା ପଣ୍ଡା, ପୁଷ୍ପାଞ୍ଜଳି ସାହୁ, ଅଧ୍ୟାପିକା ଜ୍ୟୋସ୍ନାମାଝୀ ଓ ମନିଷା ସରକାର, ଅଧ୍ୟାପକ ମର୍ଦକ୍ଷ ନାୟକ, ଦୟାରାମ ମନୋହର, ମହେନ୍ଦ୍ର ଦେବରପଲ୍ଲୀ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ନୋଡାଲ ଅଧିକାରୀ ଉର୍ମିଳା ବ୍ରହ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ପୋଚିଲିମା ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

masiha

Leave a Comment

error: Content is protected !!