ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ 

ଡାବୁଗାଁ, ୨୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଆଦିବାସୀ ମାନଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଗୁରୁବାର ପାଳିତ ହୋଇଯାଇଛି | ତୁରୀ, ବାଦ୍ୟ, ଢୋଲ, ମାଦଳ ବାଦ୍ୟର ତାଳେତାଳେ ଶେଷ ହୋଇଛି ଏହି ଉତ୍ସବ | ଏଥିରେ ଡାବୁଗାଁ ବ୍ଲକ ସମେତ ଆଖପାଖ ୧୦୦ ଟି ଗ୍ରାମରୁ ଲାଠି, କୁର୍ଚି ଓ ପାଲିଙ୍କି ଭୈରବ ମନ୍ଦିର ରେ ପୂଜାର୍ଚ୍ଚନ ହୋଇଥିଲା | ପରେ ଅପରାହ୍ନରେ ସମସ୍ତ ଲାଠି, କୁର୍ଚି ନଗର ପରିକ୍ରମା କରି ଭୈରବ ମନ୍ଦିରରେ ଏକତ୍ରିତ ହୋଇଥିଲେ | ପୂଜାରୀ, ଶିରା ଓ ଦିଶାରିମାନେ ସାଜସଜା ହୋଇ ଖଣ୍ଡା ଧରି ନୃତ୍ୟ ପରିବେଷଣ କରିଥିଲେ | ଲାଠି, କୁର୍ଚି, ଶିରା, ଦିଶାରି ମାନେ ବାଦ୍ୟର ତାଳେ ତାଳେ ନୃତ୍ୟ କରି ବଜାର ପରିକ୍ରମା କରି ମନ୍ଦିର ଠାରେ ପହଞ୍ଚିଥିଲେ | ଶୁକ୍ରବାର ଲାଠି ,କୁର୍ଚି ଓ ଶିରା ପୂଜାରୀ ମାନଙ୍କୁ ନୂତନ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ବିଦାୟ ଦିଆଯିବ | ଏହି ମଣ୍ଡେଇ ପାଳନରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ରାତ୍ରିରେ ଦେଶୀଆ ନାଟ ଯଥା :- କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନ ବର୍ମାଗୁଡା ଗ୍ରାମର କର୍ଣ୍ଣ ଗୁରୁ ଙ୍କ ନିର୍ଦ୍ଦେଶିତ “ସୁଖ ନେଇଗଲା ମାମୁଁ ର ଝିଅ” ଓ ବୋରୀଗୁମ୍ମା ବ୍ଲକ ଅଧୀନ ବଡଦୁବୁଲି ଗ୍ରାମର ଭୁବନ ଗୁରୁଙ୍କ ନିର୍ଦ୍ଦେଶିତ “ସତ ପ୍ରେମ କେବେ ହାରେନା” ୨ ଟି ଆଦିବାସୀ ନାଟକ ପରିବେଷଣ କରାଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଏମ୍. ଆପ୍ପା ରାଓ, ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, , ବିଜେପି ଜିଲ୍ଲା ସଂପାଦକ ଜେ. ରାଜଶେଖର ରାଓ, ଜୟନ୍ତ ରାୟପାତ୍ର, ଜି. କିରଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ | କମିଟି ସଭାପତି ଭାବେ ବିନୋଦ ସୌରା, ଉପସଭାପତି ସତ୍ୟରଞ୍ଜନ ପାତ୍ର, ସମ୍ପାଦକ ସୁରେନ୍ଦ୍ର ରେଲି, ବିଶ୍ଵରଞ୍ଜନ ରାୟପାତ୍ର, କୁନୁ ପାତ୍ର, ଶାନ୍ତି ସୁନା, ଜିତୁ ରେଲୀ, ମନୁ ରେଲି, ସମୀର କୁମାର ମିଞ୍ଚ, ବବୁଲ ଖୁଣ୍ଟିଆ ଓ ଅନ୍ୟ ମାନେ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

masiha

ଶିକ୍ଷକ ଅଭିଭାବକ ସମ୍ମିଳନୀ

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଙ୍କ କୃତିତ୍ୱ 

Sunil Chandra Nayak

Leave a Comment

error: Content is protected !!