ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

ଡାବୁଗାଁ, ୨୯/୧ (ମ.ନି.ସ.)- ରାଜ୍ୟ ମିଶନ ଶକ୍ତି ବିଭାଗ ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ନବରଙ୍ଗପୁର ଜିଲା ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକ ର ୪୮ ସମ୍ପ୍ରଦାୟ ସହାୟକ କର୍ମଚାରୀ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ଵର ଗସ୍ତ କରିଛନ୍ତି | ଶୁକ୍ରବାର ଉକ୍ତ କର୍ମୀ ମାନେ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେବେ | ଡାବୁଗାଁ ବ୍ଲକରୁ ୨୬ ଜଣ ଓ ପାପଡାହାଣ୍ଡି ବ୍ଲକ ର ୨୪ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଗସ୍ତ କରିଛନ୍ତି | ଏଥିରେ ସହାୟକ ଅଧିକାରୀ ଭାବେ ଡାବୁଗାଁ ବ୍ଲକ ବିପିଏମ ଦୀପ୍ତି କିଶୋର ନାୟକ, ପାପଡାହାଣ୍ଡି ବ୍ଲକ ବିପିଏମ ସୁଦାନ ଗାଶୁ ଓ ଡାବୁଗାଁ ବ୍ଲକ ବିପିଏ ନବୀନ ଭତ୍ରା ପ୍ରମୁଖ ଗସ୍ତ କରିଛନ୍ତି | ଏହି ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବିପଦ ସଙ୍କୁଳ ଅବସ୍ଥାରେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ , ନୂତନ କୋଠା ନିର୍ମାଣ ପାଇଁ ଦାବି

Sunil Chandra Nayak

ବହୁଦିନର ସ୍ୱପ୍ନ ସାର୍ଥକ ହେଲା, ଜୁନାଗଡ ଠାରେ ଆମ୍ବେଦକର ଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ନର୍ଲା ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ 

masiha

Leave a Comment

error: Content is protected !!