ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଡ଼ିଆ କ୍ଲବ ପକ୍ଷରୁ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

ମିଡ଼ିଆ କ୍ଲବ ପକ୍ଷରୁ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

ରାଉରକେଲା, 27/1/2024 – ମିଡ଼ିଆ କ୍ଲବ ପକ୍ଷରୁ ସେକ୍ଟର 21 ସ୍ଥିତ କାର୍ଯ୍ୟାଳୟ ପରିସରରେ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l କ୍ଲବ ର ଉପଦେଷ୍ଟା ତଥା ଉତ୍କଳ ମେଲ ର ସମ୍ପାଦକ ଡ଼. ପୀତବାସ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ଅଭିଭାଷଣ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ରାଉରକେଲା ଚାମ୍ବର ଅଫ କମର୍ସ ଆଣ୍ଡ ଏଣ୍ଡଷ୍ଟ୍ରି ର ସଭାପତି ସୁନୀଲ କାୟାଲ, ଆଇ.ଏଚ.ଆର.ସି ର ଜିଲ୍ଲା ସଭାପତି କୁମାର ବେହେରା, ଅବସର ପ୍ରାପ୍ତ ଅତିରିକ୍ତ ଏସ.ପି ସୁମନ ଦତ୍ତ, ସଚେତନ ନାଗରିକ ମଞ୍ଚ ର ସାଧାରଣ ସମ୍ପାଦକ ପି.ପି. ରାୟ, ବରିଷ୍ଠ ସାମ୍ବାଦିକ କୁଞ୍ଜ ବିହାରୀ ରାଉତ, ଶୈଳେନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଶେଷରେ ବରିଷ୍ଠ ସାମ୍ବାଦିକ ଜଟାଧାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ, ଅମିତାଭ ସାମଲ, ପ୍ରଭାତ କୁମାର ତିବ୍ରିୱାଲ, ସନ୍ତୋଷ କୁମାର ଅଗରୱାଲ, ଅକ୍ଷୟ ଧଳ, ସୁରେଶ ପଟନାୟକ, ମୀନ କେତନ ବିଶ୍ୱାଳ, ରମାକାନ୍ତ ରାଉତ, ସଞ୍ଜୟ ଶର୍ମା, ପ୍ରଦୀପ କୁମାର ଗିରି, ଗୁର୍ମିତ୍ତ ସିଂ, ରାନୁ ମହାପାତ୍ର, ସସ୍ମିତା ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ l ଅତିଥି ମାନେ ଏହି ଦିବସ ର ତତ୍ପଯ୍ୟ ସମ୍ପର୍କ ରେ ଆଲୋକପାତ କରି ବିକଶିତ ଭାରତ ର ଅଖଣ୍ଡତା, ଭାତୃଭାବ, ଧର୍ମ ନିରପେକ୍ଷତା ବଜାଇ ରଖିବାକୁ ଆହ୍ୱାନ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇଘର ଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

ଜଳବନ୍ଦୀ ଟାଙ୍ଗନୀ କୋଟ ରେ ବିକାଶ ପହଂଚାଇବା ଲକ୍ଷ୍ୟରେ ବ୍ଲକ ପ୍ରଶାସନ

masiha

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ

masiha

Leave a Comment

error: Content is protected !!