ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

କୋକସରା,୨୭/୧ // ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଯାଇଛି । ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ଗୁଡହାଣ୍ଡି ମଞ୍ଚରେ ସ୍ଥାନୀୟ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏନସିସି ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ତହସିଲଦାର ନବୀନ କିଶୋର ପାଢ଼ୀ ମଞ୍ଚରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ବିଡ଼ିଓ ଶ୍ରୀମତୀ ମାଝୀ ୭୫ ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ । ପରେଡ଼ ଅଭିବାଦନକୁ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ପରିଚାଳନା କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ, ଜବାହାର ଉଚ୍ଚ ବିଦ୍ୟାଳୟର ଏନସିସି ସ୍କୁଲର ଛାତ୍ରଛାତ୍ରୀ ଓ ମୋଟେର ଏଲନିଶି ସ୍କୁଲ, ଓଏଭି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ପ୍ରଦର୍ଶିତ କରିଥିଲେ। ପରେ ସିଙ୍ଘମ, ନଟରାଜ ଗ୍ରୁପ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ଗୀତ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ କାଉଡୋଳା ଗ୍ରାମର କୃଷ୍ଣଚନ୍ଦ୍ର ପୁରୋହିତଙ୍କ ସୁକନ୍ୟା ଯୁବ ବୈଜ୍ଞାନିକା ଡ଼.ସୁନିତି ପୁରୋହିତ, କ୍ରୀଡାରେ ଛାତ୍ର ଦୁଷ୍ମନ୍ତ ପାଣିଗ୍ରାହୀ ଓ ଛାତ୍ରୀ ସ୍ନେହଳତା ଖର୍ସେଲ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସରେ ପୋଲିସ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସମାଜସେବୀ, ବୁଦ୍ଧିଜୀବୀ ସଚେତନ ନାଗରିକ ରହି ୭୫ତମ ସାଧାରଣତନ୍ତ୍ର ଦିବସ ପାଳନରେ ଉପସ୍ଥିତ ରହିଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଧର୍ମଗଡ ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ଏବଂ ପରିମଳର ସଚେତନତା ବାର୍ତ୍ତା ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

masiha

ଭାରୀଯାନ ଚଳାଚଳ ନେଇ ଅଣନିଶ୍ୱାସୀ ସହରବାସୀ

Sunil Chandra Nayak

ଅଡ୍ରି ଗ୍ରାମରେ ବନ ମହୋତ୍ସବ” ପାଳିତ

Leave a Comment

error: Content is protected !!