ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୦୬/୦୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତର ବଡ଼ କେନ୍ଦୁଗୁଡା ଗ୍ରାମ ନିକଟରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ଶ୍ରୀ କାଳେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ସୌନ୍ଦର୍ଯ୍ୟ କରଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ସୋମବାର ଏହି ଅବସରରେ କାଳେଶ୍ୱର ମନ୍ଦିର ପରିସରରେ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ତଥା ଉପାଧ୍ୟକ୍ଷ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଶ୍ରୀ କାଳେଶ୍ୱର ମହାଦେବ ଟ୍ରଷ୍ଟର ଅଧ୍ୟକ୍ଷ ଆଦିତ୍ୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ତଥା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି, ସମିତି ସଭ୍ୟା ବୈଦେହୀ ବେଶ୍ରା, ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ, ମହିମା ସରପଞ୍ଚ ଇଶରାମ କୋଲଥିଆ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଅର୍ଜୁନ ଭାଟି, ସଞ୍ଚୟ ସିଙ୍ଘଲ, ଅରୁଣ ଅଗ୍ରୱାଲ ଉପସ୍ଥିତ ରହିଥିଲେ । ମନ୍ଦିରର ଆନୁସଙ୍ଗିକ ସୌନ୍ଦର୍ଯ୍ୟ କରଣ ପାଇଁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଅନୁଦାନ ଦେଇଥିବାରୁ କମିଟି ପକ୍ଷରୁ ଧନ୍ୟବାଦ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ପ୍ରଶନ୍ନ ନାଏକ ଓ ଅର୍ଜୁନ ଭାଟି କରିଥିବା ବେଳେ ଟ୍ରଷ୍ଟ ସମ୍ପାଦକ କୈଳାସ ଚଲାନ, ଟ୍ରଷ୍ଟର ସଦସ୍ୟ ନରେନ୍ଦ୍ର ନାଏକ, ବୈଷ୍ଣବ ନାଏକ, ସାଧୁ ବେମାଲ, ଲଲିତ ମାଝୀ, ବଳଦେବ ବେମାଲଙ୍କ ସହ ବଡ କେନ୍ଦୁଗୁଡା, ବିଜମରା, ମୁଗୁନାପଦର, ଡୁଡୁକାଠେଙ୍ଗା, ଦର୍ଲିପଡା, ଗମ୍ଭାରୀ ଗୁଡା, ଚିକିଲି, କାଉଡୋଳା, କର୍ଲାଗୁଡା , ଟେମରା ଡେଙ୍ଗାଗୁଡା, ମାଝୀଗୁଡା ଏଭଳି ୨୦ରୁ ଉର୍ଦ୍ଧ୍ବ ଗାଁ ରୁ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ନିର୍ମାଣ ହେବାକୁ ଥିବା ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଆଗକୁ ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠର ନୂତନ ରାସ୍ତା, ରୋଷେଇ ଗୃହ, ଭୋଗ ମଣ୍ଡପ ତୁରନ୍ତ କମ ଦିନ ମଧ୍ୟରେ କରାଯିବ ବୋଲି ଉପାଧ୍ୟକ୍ଷ କହିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ବୁଲା କୁକୁର ବନ୍ଧ୍ୟାକରଣ, ୧୩୫ ଦିନରେ ୨୧୯୯: ଲକ୍ଷ୍ୟର ୪୧.୫%

ଇମ୍ଫା ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!