ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାମନଘାଟୀ ଯୁବକ ସଂଘ ଆନୁକୂଲ୍ୟରେ ୧୯ ତମ ଐତିହାସିକ ଟୁସୁମେଳା

ରାଇରଙ୍ଗପୁରରେ ବାମନଘାଟୀ ଯୁବକ ସଂଘ ଆନୁକୂଲ୍ୟରେ ୧୯ ତମ ଐତିହାସିକ ଟୁସୁମେଳା

 ମୟୂରଭଞ୍ଜ – ( ମସିହା) ମୟୂରଭଞ ଜିଲ୍ଲା ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ବ୍ଲକ ପଡିଆରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ବାମନଘାଟୀ ଯୁବକ ସଂଘ “ପକ୍ଷରୁ ୧୯ ତମ ବିଶାଳ ଟୁସୁମେଳା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁସୁ ମେଳାରେ ବିଭିନ୍ନ ଅଂଚଳରୁ ଛୋଟବଡ ମୋଟ ୧୬ ଗୋଟି ଟୁସୁଦଳ ବିଭିନ୍ନ ଅଂଚଳରୁ ଆସି ପ୍ରଦର୍ଶିତ କରିଥିଲେ । ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି,ଆଲୋକ ସଜ୍ଜା,ବିଜେ ତାଳେ ସେମାନଙ୍କ ଟିମ୍ ଦ୍ବାରା ନୃତ୍ୟ ଦେଖିବାକୁ ହଜାର ହଜାର କୁଡୁମୀ ସଂପ୍ରଦାୟ ସମେତ ବିଭିନ୍ନ ପ୍ରକାରର ଲୋକେ ଦେଖିବା ପାଇଁ ଛୁଟି ଆସିଥିଲେ ।ପଡୋଶୀ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ମଧ୍ୟ ଶ୍ରଦ୍ଧାଳୁ ଦେଖିବାକୁ ଛୁଟି ଆସିଥିଲେ ।ଵଆମନଘଆଟଈ ଉପଖଣ୍ଡର କୁସୁମୀ ସଂପ୍ରଦାୟର ଏହା ଏକ ଅନନ୍ୟ ଓ ଗଣ ପର୍ବ, ଭାଇଚାରାର ପର୍ବ,ବନ୍ଧୁତ୍ବର ପର୍ବ । ବଡ ଟୁସୁରେ ପ୍ରଥମ ପୁରସ୍କାର ତିଖିଆ ଦଳକୁ ୨୦ ହଜାର ଟଙ୍କା,ଦ୍ୱିତୀୟ ସିଙ୍ଗାରପୁର(ଯଶିପୁର) ଦଳକୁ ୧୫ ହଜାର ଟଙ୍କା,ତ୍ୃତୀୟ ପୁରସ୍କାର ମହୁଲବରେହି ଦଳକୁ ୧୦ ହଜାର ଏବଂ ଛୋଟ ଟୁସୁରୁ ପ୍ରଥମ ପୁରସ୍କାର ପକାମୁଣ୍ଡା(କରଞିଆ) ଦଳକୁ ୬ ହଜାର ଟଙ୍କା,ଦ୍ୱିତୀୟ ବଡଡାଳିମା ଦଳକୁ ୪ ହଜାର ଟଙ୍କା,ତ୍ୃତୀୟ ରେଙ୍ଗାଳବେଡା ଦଳକୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଟୁସୁ ଦଳକୁ ସ୍ୱାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ବଆମନଘଆଟଈ ଯୁବକ ସଂଘ ର ଏହି ଟୁସୁମିଳନ କମିଟିର ଅଧ୍ୟକ୍ଷତଥା ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ମରୋଡା ବିଧାୟକ ରାଜକିଶୋର ଦାସ, ପ୍ରଖ୍ୟାତ ଫୁଟବଲ ଖେଳାଳୀ ଧର୍ମପଦ ମହାନ୍ତ ଯୋଗଦେଇ ବିଜେତା ଟୁସୁ ଦଳକୁ ପୁରସ୍କୃତ କରିଥିଲେ । ଉକ୍ତ ମେଳାକୁ କମିଟିର ସଭାପତି ଅଶୋକ ଦାସ,ଉପ ସଭାପତି ବିଜୟ ମହାନ୍ତ(ଗୁନୁ),ସମ୍ପାଦକ ସୁଧାଂଶୁ ଶେଖର ବେହେରା,ସହ ସମ୍ପାଦକ ରବିନାରାୟଣ ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ସଦସ୍ୟ ସୁଶାନ୍ତ ବାରିକ,ବାବୁଲାଲ ରାଉତ,ଦିଲ୍ଲୀପ ବିନ୍ଧାଣୀ,ମମତା ନାଏକ,କୁନାଲ ସୋରେନ୍,ବିଶ୍ୱଜିତ୍ ବେହେରା,ମ୍ୃତୁଞୟ ଡାଙ୍ଗୁଆ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ ।ଭାଷ୍ୟକାର ଭାବେ ମନମହୋନ ପରମାଣିକ ମେଳାକୁ ପରିଚାଳନା କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୋକସରା ବ୍ଲକ ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପାଳନ

masiha

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ରୁପ୍ରା ପିଏଚସି ପରିଦର୍ଶନ 

Sunil Chandra Nayak

ଏକାଧିକ ସମସ୍ୟାରେ ଚାଲିଛି ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ

masiha

Leave a Comment

error: Content is protected !!