ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଅଧ୍ୟାପକଙ୍କ ଅବସର କାଳୀନ ସଭା

ଓଡ଼ିଆ ଅଧ୍ୟାପକଙ୍କ ଅବସର କାଳୀନ ସଭା

ଗୋଲାମୁଣ୍ଡା- ତା-୧.୩.୨୬ ସ୍ଥାନୀୟ ସର୍ବମଙ୍ଗଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ତାଙ୍କ ଅଧ୍ୟାପନାର ସମୟ ଅତ୍ଯନ୍ତ ନିଷ୍ଠାପର ଭାବେ ଅତିବାହିତ କରି ମାର୍ଚ୍ଚ ୩୧ ତାରିଖରେ ଅବସର ନେଇଛନ୍ତି। ଶ୍ରୀଯୁକ୍ତ ନାୟକ ସମସ୍ତ ସହକର୍ମୀଙ୍କ ସଂଗେ ମେଳାପି ଓ ଖୁସି ମିଜାଜର ମଣିଷ ଭାବରେ ତାଙ୍କର ଅନୁପସ୍ଥିତିରେ ଅନୁଭବ ହେବ ବୋଲି ଆୟୋଜିତ ଅବସର କାଳୀନ ସଭାରେ କର୍ମଚାରୀ ମାନେ ପ୍ରକାଶ କରିଥିଲେ। ଅଧ୍ଯକ୍ଷ ସରୋଜକାନ୍ତ ରଥ ତାଙ୍କର କାର୍ଯ୍ଯଦକ୍ଷତା , ଶିକ୍ଷାଦାନ ଶୈଳୀ,ନିଷ୍ଠାପର ସହଯୋଗିତା ସହିତ ସମୟାନୁବର୍ତ୍ତୀ ଗୁଣକୁ ପ୍ରଶଂସା କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ସମସ୍ତ ଶିକ୍ଷକ-ଅଣଶିକ୍ଷକ କର୍ମଚାରୀଙ୍କ ଗହଣରେ ତାଙ୍କର ଔପଚାରିକ ସମ୍ବର୍ଦ୍ଧନା ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନରେ ଅଧ୍ଯକ୍ଷଙ୍କ ଦ୍ବାରା ସମ୍ପର୍ଣ୍ଣ ହୋଇଥିଲା। ଚଳିତ ଏପ୍ରିଲ୍ ମାସ ଆରମ୍ଭରେ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଦୈନନ୍ଦିନ ଶୈକ୍ଷିକ ବାତାବରଣ ମୁଖରିତ ହେଉଥିବା ବେଳେ ପ୍ରତାପ ସାରଙ୍କର ସହକର୍ମୀ ତଥା ଛାତ୍ର-ଛାତ୍ରୀମାନଙ୍କ ସହ ସୁ-ସମ୍ପର୍କ ତଥା ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାର ନିଆରା ପ୍ରୟାସ ବିଷୟରେ ଶିକ୍ଷକଙ୍କ ସାଧାରଣ ପ୍ରକୋଷ୍ଠରେ ଗୁଞ୍ଜରଣ ହେଉଥିବ ବୋଲି ସମସ୍ତଙ୍କ ବାର୍ତ୍ତା ଥିଲା। ନିଜର ଭୂମିକାକୁ ଚିହ୍ନିପାରି ତାକୁ ଚରିତାର୍ଥ କରିବାର କଳା ସମସ୍ତଙ୍କ ପାଖରେ ନଥାଏ,ଏହାକୁ ଆପଣାର ଓ ଆହରଣ କରିବାକୁ ପଡେ । ଜୁଆର ସିନା କୂଳରେ ମଥାପିଟି ଫେରିଯାଏ ,ମାତ୍ର ବାଲିର ଶେଜରେ ଯେଉଁ ସ୍ମୃତିର ମୁକ୍ତାଗର୍ଭା ଶାମୁକା ଛାଡିଯାଏ – ତାହା ହିଁ ଜୁଆରିଆ ସମୟର ପ୍ରତ୍ଯାର୍ପଣ ବୋଲି ନିଜର ବକ୍ତବ୍ୟରେ ଅଧ୍ୟାପକ ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା କାର୍ଯ୍ୟ ନିମ୍ନମାନ ର ହେଉଥିବା ସାଧାରଣରେ ଅଭିଯୋଗ 

ସରାଗୁଡାରେ ମାଟିଯାତ୍ରା ତଥା ବିହନ ଛୀନା ପର୍ବ ପାଳିତ

masiha

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!