ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି କେନ୍ଦୁପତ୍ର 

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି କେନ୍ଦୁପତ୍ର 

ନବରଙ୍ଗପୁର:(୬|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଳକ ହୋଇଥିବା ବେଳେ ଏହି ଅଞ୍ଚଳର ୯୦ ପ୍ରତିଶତ ଅଧିବାସୀ ମାନେ ଜଙ୍ଗଲ ଜାତ ଜିନିଷ ଉପରେ ନିର୍ଭର କରି ଜଙ୍ଗଳରୁ ସଂଗ୍ରହ କରି ବିକ୍ରିକରି ପରିବାର ପ୍ରତିପୋଷଣ କରିଥାନ୍ତି l ସେଥି ମଧ୍ୟରୁ କେନ୍ଦୁପତ୍ର ଜଙ୍ଗଳରୁ ସଂଗ୍ରହ କରି କେନ୍ଦୁପତ୍ର ବିଭାଗକୁ କେନ୍ଦୁପତ୍ର ବିଡ଼ା କରି ସେହି ବିଡ଼ା ହିସାବରେ ସରକାରଙ୍କୁ କେନ୍ଦୁପତ୍ର ବିଭାଗକୁ ବିକ୍ରି କରି ତାର ଉଚିତ୍ ମୂଲ୍ୟ ପାଇ ପରିବାର ପ୍ରତିପୋଷଣ କରିବାରେ ସହଯୋଗ କରିଥାନ୍ତି l ଏତଦ୍ ବ୍ୟତୀତ ଜଙ୍ଗଳରୁ ଝୁଣା, ଫଳ ମୂଳ, ଔଷଧୀୟ ଚେରମୂଳୀ ସଂଗ୍ରହ, ଶାଳ ପତ୍ର ସଂଗ୍ରହ କରି ଖଲି,ଦନା ପ୍ରସ୍ତୁତ କରି ବିକ୍ରିକରି ପରିବାର ପ୍ରତିପୋଷଣ କରି ବେଶ୍ ଦି ପଇସା ରୋଜଗାର କରିଥାନ୍ତି l ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବିଡ଼ା ପିଛା ପଇସା ଦେଉଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ କରି ଆଦିବାସୀ ମହିଳା ମାନଙ୍କ ମେରୁଦଣ୍ଡ ସୁଧାରିବାର ପ୍ରୟାସ କରୁଛନ୍ତି l ବିଶେଷକରି କେନ୍ଦୁପତ୍ର ତୋଳାଳୀ ଏପ୍ରିଲ ଓ ମେ ମାସ ରେ କେନ୍ଦୁପତ୍ର ସଂଗ୍ରହ କରି କର୍ମଚାରୀ ମାନଙ୍କ ପାଖରେ ଜମା କରି ହିସାବ ରଖିଥାନ୍ତି l କେନ୍ଦୁପତ୍ର ତୋଳାଳୀ ମାନେ ଗୋଟିଏ ବିଡ଼ା ରେ ୪୦ ରୁ ୪୪ ଟି ବାନ୍ଧି ଥିବାବେଳେ ୧୦୦ ବିଡ଼ା କୁ ସରକାର ୩୨୦ ଟଙ୍କା ଦେବା ସହିତ ତୋଳାଳୀମାନଙ୍କୁ ୨୫% ବୋନସ ଦେଇଥାନ୍ତି l ଏତଦ୍ ବ୍ୟତୀତ ୫୦୦ ବିଡ଼ା ରୁ ଅଧିକ ବିକ୍ରି କରିଲେ ଦୁଇ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବା ସହିତ ପ୍ରତି ତିନି ବର୍ଷକୁ ଥରେ କପଡା, ଛତା,ଚପଲ ଓ ପାଣି ବୋତଲ ମାଗଣାରେ ଯୋଗାଇ ଥାଆନ୍ତି lଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବତୀ ଓ ମହିଳା ମାନେ ଏକତ୍ରିତ ହୋଇ ଜଙ୍ଗଳରୁ କେନ୍ଦୁପତ୍ର ସଂଗ୍ରହ କରି ଗୋଟିଏ ସ୍ଥାନରେ ପତ୍ର ଶୁଖାଇ ବିଡ଼ା ବାନ୍ଧି କେନ୍ଦୁପତ୍ର ବିଭାଗର କର୍ମଚାରୀ ମାନଙ୍କ ପାଖରେ ଜମା ଦେଇଥାନ୍ତି ଓ କଥୋପକଥନ ହୋଇ ସମ୍ପର୍କ ନିବିଡ ହୋଇଥାନ୍ତି l କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବିଡ଼ା ପିଛା କିଛି ଅଧିକ ମୂଲ୍ୟ ବୃଦ୍ଧି କରି ଆଦିବାସୀ ଯୁବତୀ ଓ ମହିଳା ମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ କେନ୍ଦୁପତ୍ର ତୋଳାଳୀ ମାନେ ଦୃଢ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରୁନି ଦାଦନ ଦୁଃଖ lଅସହାୟ ପରିବାରକୁ ସାହା ହେବ କିଏ lଆନ୍ଧ୍ରପ୍ରଦେଶ କୁ ଦାଦନ ଖଟିବାକୁ ଯାଇ ଛାତରୁ ପଡି ମେଡ଼ିକାଲ ରେ ଶଯ୍ୟାଶାୟୀ

masiha

କୋକସରା ବ୍ଲକରେ ଜଳସେଚନ ବିଭାଗୀୟ ଅଧିକାରୀଙ୍କ ସହ ଧର୍ମଗଡ଼ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

Sunil Chandra Nayak

Leave a Comment

error: Content is protected !!