ଗୋଲାମୁଣ୍ଡା /ମସିହା/ ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ପାଇଁ ଆଶାୟୀ ପ୍ରାର୍ଥୀ ତଥା ଚହକା ସମିତି ସଭ୍ୟ ପ୍ରାର୍ଥୀ ବିନ୍ଦୁ ମହାନନ୍ଦ ନିର୍ଦ୍ୱନ୍ଦରେ ସମିତି ସଭ୍ୟ ରୂପେ ମନୋନୀତ ହୋଇଛନ୍ତି । ଗୋଲାମୁଣ୍ଡା ବ୍ଲକ ଚହକା ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ରୂପେ ଶ୍ରୀ ମହାନନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ଫେରାଇ ନେବାର ଶେଷ ଦିନ ଥିବା ବେଳେ ଆଜି ତାଙ୍କ ବିରୁଦ୍ଧରେ ଲଢ଼ିବାକୁ ପ୍ରାର୍ଥୀପତ୍ର ଦାଖଲ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଫେରାଇ ନେଇଥିଲେ । ଫଳରେ ଶ୍ରୀ ମହାନନ୍ଦ ନିର୍ଦ୍ୱନ୍ଦରେ ସମିତି ସଭ୍ୟ ଭାବରେ ଆଜି ବିଧିବଦ୍ଧ ଭାବରେ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ତରଫରୁ ଘୋଷଣା ହୋଇଛି । ଅନ୍ୟପଟେ ଶ୍ରୀ ମହାନନ୍ଦ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ବେଳେ ନିଜ ସମର୍ଥକ ଙ୍କ ସହିତ ଗୋଲାମୁଣ୍ଡା ବ୍ଲକ ପରିସର ରେ ପହଞ୍ଚିଥିଲେ । ବ୍ଲକ ପ୍ରଶାସନ ତରଫରୁ ବିଧିବଦ୍ଧ ଭାବରେ ଘୋଷଣା ହେବା ନିଜ ସମର୍ଥକ ଙ୍କ ମଧ୍ୟରେ ବେଶ ଖୁସି ର ଲହରୀ ଖେଳି ଉଠିଥିଲା । ପ୍ରଥମେ ନିଜ ସମର୍ଥକ ଙ୍କ ସହିତ ଗୋଲାମୁଣ୍ଡା ସହର ମଧରେ ଥିବା ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର କୁ ଯାଇ ଆଶୀର୍ବାଦ ନେଇ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ଥିବା ଜଣା ପଡ଼ିଛି । ଅନ୍ୟପଟେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଗଣ୍ଡାମେର ଗ୍ରାମପଞ୍ଚାୟତ ରେ ସମିତି ସଭ୍ୟ ରୂପେ ଦୈତାରି ରାଉତ ନାମାଙ୍କନ ପତ୍ର ଦାଖଲ କରି ସେହି ପଞ୍ଚାୟତ ରେ ଲଢ଼ୁଥିବା ଜଣାପଡିଛି । ସେହିପରି ଦଶପୁର ଗ୍ରା.ପ ରେ ସମିତି ସଭ୍ୟ ରୂପେ ଦୁର୍ଗେଶ୍ୱର ସାହୁ ଓ ମାନଝରି ଗ୍ରା.ପ ରେ ସମିତି ସଭ୍ୟ ରୂପେ ତୁଲେଶ୍ୱର ନାଏକ ନାମାଙ୍କନ ପତ୍ର ଦାଖଲ କରି ଲଢ଼ୁଥିବା ବେଳେ ସେମାନେ ମଧ୍ୟ ବ୍ଲକ ଅଧ୍ୟକ୍ଷ ରେସ ରେ ଭାଗିଦାର ଥିବା ଜଣାପଡିଛି । ବିଗତ ନିର୍ବାଚନ ରେ ବ୍ଲକ ଅଧ୍ୟକ୍ଷ ଭାବରେ ତୁଲେଶ୍ୱର ନାଏକ ରହିଥିଲେ । ଚଳିତ ବର୍ଷ ର ତ୍ରିସ୍ତରୀୟ ନିର୍ବାଚନ ଯେତିକି ପାଖକୁ ଆସୁଛି ରାଜନୈତିକ ପାଣି ପାଗ ଦିନ କୁ ଦିନ ସେତିକି ତେଜୁଛି । ଅନ୍ୟପଟେ ଗୋଲାମୁଣ୍ଡା ବ୍ଲକ ରେ ଶାସକ ଦଳ ର ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀ ଦେବା ବିଭିନ୍ନ ରଣନୀତି ଆପଣାଉ ଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଗୋଟି ଚାଳନା କରୁଥିବା ଜଣାପଡିଛି । ତେବେ କିଏ ହେବ ବ୍ଲକ ଅଧ୍ୟକ୍ଷ ତାକୁ ନେଇ ସମସ୍ତ ଙ୍କ ନଜର ଗୋଲାମୁଣ୍ଡା ବ୍ଲକ ଉପରେ ।ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,
previous post