ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ କାର୍ଯ୍ୟାଳୟ ଆଗରେ ଧାରଣା

ବାଲେଶ୍ବର,୦୫/୯/୨୨- ଜଣେ କାର୍ଯ୍ୟରତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ବିଦ୍ଯାଳୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମାଣତ୍ରୀ କ୍ଷେତ୍ରରେ । ସଂଗୃହିତ ଖବରରୁ ଜଣାଯାଇଛି ଯେ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ବିଜୟ ଦେହୁରୀ ଜଣେ ଭଲ ଶିକ୍ଷକ, ତାଙ୍କ ସମୟରେ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଅନେକ କିଛି ଉନ୍ନତି ସାଧନ ହୋଇପାରିଛି । ତାଙ୍କ କାର୍ଯ୍ୟରେ ଦିନେ ହେଲେ କେହି କୌଣସି ପ୍ରକାର ଅଭିଯୋଗ କରି ନାହାନ୍ତି । ସେ ଜଣେ ଏକାଧାରରେ ସ୍ନେହୀ, ସମୟାନୁବର୍ତ୍ତିତା, ଛାତ୍ରଛାତ୍ରୀ ବତ୍ସଳ, ମିଷ୍ଟଭାଷୀ ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରି ଆସୁଥିବା ଦକ୍ଷ ଶିକ୍ଷକ । ଏଭଳି ଜଣେ ଦକ୍ଷ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଅଭିଭାବକ, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଏହାକୁ ବିରୋଧ କରି ଗ୍ରାମବାସୀ ଓ ଅଭିଭାବକ ମାନେ ବିଦ୍ୟାଳୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଖବରପାଇ ସ୍ଥାନୀୟ ସମିତି ସଭ୍ୟ ନାରାୟଣ ଦାସ ଓ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଧାରଣାକାରୀ ମାନଙ୍କ ଠାରୁ ଘଟଣା ବିଷୟରେ ବୁଝିଲାପରେ ବିଧାୟକ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସମିତି ସଭ୍ୟ ଶ୍ରୀ ଦାସ । ସମିତି ସଭ୍ୟଙ୍କ କଥାକୁ ସମ୍ମାନ ଜଣାଇ ଧାରଣାକାରୀ ମାନେ ଧାରଣା ପ୍ରତ୍ଯାହୃତ କରିଥିଲେ । ସମସ୍ତଙ୍କର ଗୋଟିଏ ଜିଦ୍ ଥିଲା ଶିକ୍ଷକ ବିଜୟ ଦେହୁରୀଙ୍କୁ ଅନ୍ୟତ୍ର ବଦଳି ହେଵାକୁ ଦେଵେ ନାହିଁ ।    ସୂଚନା ଥାଉକି- ବଦଳିକୁ ବିରୋଧ କରି ଗ୍ରାମବାସୀ ଓ ଅଭିଭାବକ ନାରାୟଣ ଦାସ, ପ୍ରଫୁଲ୍ଲ କୁମାର ଦାସ,ସଙ୍ଗୀତା ବେହେରା, ସରସ୍ୱତୀ ବେହେରା, ହରେକୃଷ୍ଣ ଜେନା, ଇତିପ୍ରଭା ମହାପାତ୍ର, ରମାକାନ୍ତ ଦାସ, ରାଜୁ ଦାସ, ବାବୁଲି ଦାସ, ପୂର୍ଣ୍ଣ ଚନ୍ଦ୍ର ଦାସ, ଗୀତା ବେହେରା, ଅନନ୍ତ ବେହେରା, ବସନ୍ତ ରଣା, ଅର୍ଜୁନ ରଣା, ଟୁକୁନା ରଣା, ଦିପ୍ତୀରାଣୀ ରଣା, ଛବିରାଣୀ ରଣା, ପଞ୍ଚାଳୀ ଦାସ, ନମିତା ଦାସ, ରେବତୀ ଦାସ, ପବନା ଦାସ, ରଞ୍ଜିତା ଦାସ, ସୀମା ଦାସ, ଜ୍ଯୋତ୍ସ୍ନାରାଣୀ ଦାସ, କନକ ଯେନା, ପ୍ରତିମା ଦାସ ପ୍ରମୁଖ ଏହା ପୂର୍ବରୁ ଲିଖିତ ଓ ମୌଖିକ ଭାବେ ବିଧାୟକ, ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଜଣାଇଥିବାର ଘଟଣା ସ୍ଥଳରେ ପ୍ରକାଶ କରିଥିଲେ ।।

 ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାପାଳ ଙ୍କୁ ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଭେଟିଲା ଉତ୍କଳ ସମ୍ମିଳନୀ

Sunil Chandra Nayak

ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଘର କୁ ଭାଙ୍ଗି ତହସିଲଦାର ଅଡୁଆରେ !

Sunil Chandra Nayak

Leave a Comment

error: Content is protected !!