ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରୁ ସର୍ବଦା ବନ୍ଦନୀୟ ,ପୁଜନୀୟ: ଜିଲ୍ଲାପାଳ

ନବରଙ୍ଗପୁର—-ଗୁରୁଙ୍କ ପ୍ରକ୍ରୁତ ଉତ୍ପାଦ ହେଉଛନ୍ତି ଛାତ୍ର ଛାତ୍ରୀ।ଗୁରୁଙ୍କ ମାର୍ଗଦର୍ଶକ ଯୋଗୁ ହି ବିଭିନ୍ନ କ୍ଷେତ୍ରରେ ଛାତ୍ର/ଛାତ୍ରୀ ଉଚ୍ଚପଦସ୍ଥ ଅଧିକାରୀ ଓ କର୍ମଚାରୀ ଭାବେ କାର୍ଜ୍ୟ କରି ଆଗେଇଯାଉଛନ୍ତି।ତେଣୁ ଗୁରୁ ସର୍ବଦା ବନ୍ଦନୀୟ ଓ ପୁଜନୀୟ।ଗୁରୁ ଦିବସ ପାଳନ ଅବସରରେ ନବରଙ୍ଗପୁର ସ୍ଥାନୀୟ ମିଶନଶକ୍ତି ସମ୍ମିଳନୀ କକ୍ଷରେ ମଙ୍ଗଳ ବିଭାଗର ୩ଟି ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡିଶିକ୍ଷା ଜୋନ୍ ଶିକ୍ଷକ ପୁରସ୍କାର-୨୦୨୨ ଉତ୍ଛବରେ ମୁଖ୍ୟ୍ ଅତିଥି ଭାବେ ଯୋଗଦେଇ ଏହି କଥା କହିଛନ୍ତି ଜିଲ୍ଲାପାଳ ଡ କମଳ ଲୋଚନ୍ ମିଶ୍ର।ଏହି ଅବସରରେ କଳାହାଣ୍ଡି ଶିକ୍ଷା ଜୋନର ନବରଙ୍ଗପୁର,କଳାହାଣ୍ଡି ଓ ନୁଆପଡାର ୧୧ଜଣ ଶ୍ରେଷ୍ଟ ଶିକ୍ଷକ ଙ୍କୁ ମୁଖ୍ୟ ଅତିଥି ଡ.ମିଶ୍ର ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ।ସେମାନଙ୍କ ମଧ୍ୟରେ ଥିଲେ ନବରଙ୍ଗପୁର ମଙ୍ଗଳ ବିଭାଗର ୭ଜଣ। ସେମାନେ ହେଲେ କର୍ଚାମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସନ୍ତୋଷ ଷଡଙ୍ଗୀ,ବଡ ମସିଗାଁ ବିଦ୍ୟାଳୟର ହ୍ରୁଷିକେଶ ମିଶ୍ର,ରାଇଘର ଯୋଡିଙ୍ଗା ବାଳିକା ବିଦ୍ୟାଳୟର ପ୍ରଶାନ୍ତ ଜେନା,ଭତ୍ରା ସିଉନି ହାଇ ସ୍କୁଲର ପ୍ରଫୁଲ୍ଲ ପୁଝାରୀ,ଡାବୁଗାଁ ସରକରୀ ବାଳିକା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ସୁକାନ୍ତ କୁମାର ସ୍ଵାଇଁ, ଭାମିନି ବିଦ୍ୟାଳୟର କିଶୋର କୁମାର ସିଲ୍ଓ ବି ଏସ୍ ପଦର ବିଦ୍ୟାଳୟର ନିରଞ୍ଜନ ମହାପାତ୍ର ପ୍ରମୁଖ।ସେହିପରି କଳାହାଣ୍ଡି ଜିଲ୍ଲାର ଦେବବ୍ୟାସ ପ୍ରଧାନ,ଗଗନବିହାରୀ ଅଗସ୍ତି ଙ୍କୁ ସମ୍ମାନିତ କରାଯାଇଥିଲା।କଳାହାଣ୍ଡି ଶିକ୍ଷା ମଣ୍ଡଳାଧିନ କମଳାକାନ୍ତ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଜ୍ୟ କ୍ରମରେ ମୁଖ୍ୟବକ୍ତା ଭାବେ ସ୍ମ୍ରୁତିରଞ୍ଜନ ସାମନ୍ତରାୟ,ଜିଲ୍ଲା ନିରୀକ୍ଷକ ଉଦୟ ସିଙ୍ଗ ମାଝୀ ପ୍ରମୁଖ ଯୋଗ ଦେଇ ଥିଲେ।ଶିକ୍ଷକ ମନୋଜପଟ୍ଟନାୟକ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବିଜ୍ଞାପନରେ ମନ

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ବିକ୍ଷୋଭ ପ୍ରଦର୍ଶନ ଓ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!