ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟଙ୍କ ପାଇଁ ଅପହଞ୍ଚ ସାମାଜିକ ସୁରକ୍ଷା ଯୋଜନା 

ନୂଆପଡ଼ା -:   ଦାରିଦ୍ର୍ୟ ସୀମାରେଖା ତଳେ ବସ ବାସ କରୁଥିବା ପରିବାର କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବୃଦ୍ଧା ବୃଦ୍ଧ ବିଧବା ମହିଳା ଓ ଦିବ୍ୟାଙ୍ଗ ସକାଶେ ମାସିକିଆ ଭତ୍ତା ଦେବା ଏହି ଯୋଜନା ମଧ୍ୟରୁ ଅନ୍ୟତମ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ଏହାର କାର୍ଯ୍ୟକାରିତା ରେ ସ୍ୱଚ୍ଛତା ରହୁ ନ ଥିବାରୁ ବହୁ ଅସହୟଙ୍କ ସାମାଜିକ ନିରାପତ୍ତା ବିପନ୍ନ ହେବା ସହ ଏହାର ମହତ୍ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସାଧିତ ହୋଇ ପାରୁନାହିଁ। ଏଭଳି ଅନେକ ଅସହାୟ ଏହି ଯୋଜନାରୁ ବଞ୍ଚିତ ରହିଥିବ। ଦେଖିବକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ର ରାଣୀମୁଣ୍ଡା ଗ୍ରାମପଞ୍ଚାୟତ ର ମାଝିପଡା ଗ୍ରାମରେ। ଏହି ଗ୍ରାମରେ ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ଅ।ଜିବି ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବନ ନିର୍ବାହ କରୁଛନ୍ତି। କିନ୍ତୁ ଏଠାରେ ପ୍ରାୟ ୧୫/୨୦ ଜଣ ବୃଦ୍ଧ ବୃଦ୍ଧା ବିଧବା ଓ ଦିବ୍ୟାଙ୍ଗ ମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଭତ୍ତା ଟିଏ ପାଇବା ପାଇଁ ବହୁବାର ଆବେଦନ ପତ୍ର ଦେଉଥିଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି। ୱାର୍ଡ ସଭ୍ୟ, ପିଇଓ,ପଞ୍ଚାୟତ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟଳୟ କୁ ବାରମ୍ବାର ଦୌଡ଼ି ଦୌଡ଼ି ହଇରାଣ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗ୍ରାମର ପଦ୍ମିନୀ ମାଝି (୪୦) ନାମକ ବିଧବା ମହିଳା ଙ୍କ ସ୍ବାମୀ ଅଜଣା ରୋଗରେ ପଡ଼ି ଗତ ୨ ବର୍ଷ ହେବ ମୃତ୍ୟୁ ବରଣ କରି ସାରିଛନ୍ତି । ଭତ୍ତା ପାଇବା ପାଇଁ ଆବେଦନ କରି ଅନେକ ଥର ପ୍ରଶାସନ ନିକଟରେ ହାରିଗୁହାରି କରିଛି। ହେଲେ ଆବେଦନ କରି ନିରାଶ ହେବାପରେ ଭାଗ୍ୟ କୁ ଆଦରି ଘରେ ପଡ଼ି ରହି ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସେହିପରି ଗ୍ରାମର ଭୋଲା ମାଝି (୮) ଓ ରେଣୁକା ମାଝି (୭) ନାମକ ଦୁଇ ଦିବ୍ୟଙ୍ଗ ଭାଇ ଭଉଣୀ ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ଜନ୍ମରୁ ମୂକ ଓ ବଧିର ଥିବା ବେଳେ ଏହି ଯୋଜନାରେ ସାମିଲ ହେବା ପାଇଁ ଶତ ପ୍ରତିଶତ ଡାକ୍ତର ପ୍ରମାଣ ପତ୍ର ଥିବା ବେଳେ ଅନେକ ଥର ଆବେଦନ ପତ୍ର ପ୍ରଦାନ କରିଛନ୍ତି ହେଲେ ଆବେଦନ ପତ୍ର ନାଲିଫିତା ତଳେ ରହି ଯାଇଛି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ସେହିପରି ଗ୍ରାମର ଭରତ ମାଝି (୬୩), କୌଶଲ୍ୟା ମାଝି (୬୪), ବଦନ ମାଝି (୬୩), ମଥୁରା ମାଝି (୬୨), ନମିନା ମଝୀ (୬୩), ଚଞ୍ଚଳା ମାଝି (୬୭) ଗୁରୁବାରି ମାଝି (୬୩) ସମେତ ଗ୍ରାମର ଅନେକ ଅସହାୟ ଗରିବ ଲୋକଙ୍କ ଭତ୍ତା ମିଳିପାରି ନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସଂପର୍କ ରେ ସ୍ଥାନୀୟ ସରପଞ୍ଚ ଦେବବ୍ରତ ସୂପକାର ଙ୍କୁ ପଚାରିବାରୁ ଆବେଦନ ପତ୍ର ବ୍ଲକ କାର୍ଯ୍ୟଳୟ ରେ ଦିଆଯାଇଛି। ଏମାନଙ୍କ ଭତ୍ତା ଯଥା ଶୀଘ୍ର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଦଳର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ମନୋଜ ରଥ ରଚିତ  ” ଅବାଞ୍ଛିତ କୁରୁକ୍ଷେତ୍ର” ଏକାଡେମୀ ପୁସ୍ତକ ” ନାଟକ ସମଗ୍ର ” ରେ ସ୍ଥାନିତ l

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଫୁଲ ଫୁଟା ଫଗୁଣ

Sunil Chandra Nayak

Leave a Comment

error: Content is protected !!