ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ସ୍ଵନକ୍ଷତ୍ର ଦିବସ ପାଇଁ ପରିଷଦର ବୈଠକ

ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ପଟଣା କ୍ଷତ୍ରୀୟ ସମାଜର ସମାଜ ଗୃହ ପରିସରରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ଚଲିତ ମେ ୨୭ ତାରିଖରେ ହେବାକୁ ଥିବା ସ୍ଵନକ୍ଷତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ କୂଳପତି ଶମ୍ଭୁ କିଶୋର ଦଣ୍ଡସେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ  ବର୍ଷ ସ୍ୱନକ୍ଷତ୍ର ଦିବସ ରେ ନିଜ ସମାଜର ବିଶିଷ୍ଠ ବ୍ୟକ୍ତି ମାନଙ୍କୁ ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା, ସମ୍ମାନୀତ ବକ୍ତା ଓ ସମ୍ମାନୀତ ଅତିଥି ଭାବରେ ନିମନ୍ତ୍ରଣ କରିବା ପାଇଁ ନିଷ୍ପତି ହୋଇଥିଲା । ମୁଖ୍ୟ ଅତିଥ୍ ଭାବରେ ଭୁତପୂର୍ବ କୁଳପତି ତଥା ବର୍ତମାନର ପରାମର୍ଶ ଦାତା ଜିତେନ୍ଦ୍ର ସିଂ ବାରିକ, ମୁଖ୍ୟବକ୍ତା ଭାବରେ ଭୁତପୁର୍ବ କୂଳପତି ଜ୍ଞାନ ପ୍ରକାଶ ସିଂ, ସମ୍ମାନୀତ ବକ୍ତା ଭାବରେ ପୂର୍ବତନ କୁଳପତି ବିଜୟ ସିଂ ମହାରଥା, ସମ୍ମାନୀତ ଅତିଥି ଭାବରେ ବିଶିଷ୍ଠ ଉଦ୍ୟୋଗପତି ରଶ୍ମିରଂଜନ ଚଳାନ, ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ଙ୍କୁ ନିମନ୍ତ୍ରୀତ କରାଯିବ ପାଇଁ ପରିଷଦରେ ନିଷ୍ପତି ହୋଇଥିଲା। ଏବଂ ଚଳିତ ୨୦୨୨ ପଂଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ସରପଂଚ, ସମତି ସଭ୍ୟ ମାନଙ୍କୁ ଡକା ଯାଇ ସମ୍ମାନୀତ କରାଯିବ ବୋଲି ସର୍ବ ସମ୍ମତି ନିଷ୍ପତି ନିଆଯାଇଥିଲା । କାର୍ଯ୍ୟକ୍ରମରେ ଉପକୂଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ମୁଖ୍ୟ ସମ୍ପାଦକ ଦିଲ୍ଲିପ କୁମାର ନାଏକ, ଯୁଗ୍ମ ସମ୍ପାଦକ ଘୁମେଶ ଚଲାନ, ସହ ସମ୍ପାଦକ ସୁନୀଳ କୁମାର ମାଝୀ, ଯୁଗ୍ମ ସଙ୍ଗଠକ ଜଗଦୀଶ ବାରିକ, ସହ ସଙ୍ଗଠକ ବିଭୁତି ଭୁଷଣ ବିଶି, କୋଷଧ୍ୟକ୍ଷ ଶ୍ରୀବତ୍ସ ବାର୍ଷିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ ଉପସ୍ଥିତ ଥିଲେ । ଶେଷରେ ମୁଖ୍ୟ ସଙ୍ଗଠକ ପରମେଶ୍ବର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରୋଟାରୀଆନ ଆଲେକଜାଣ୍ଡାର ଡିସୌଜା ଙ୍କୁ ଶିକ୍ଷାବିତ୍ ସମ୍ମାନ

Sunil Chandra Nayak

ରାୟଗଡା ସହରର ପୌରାଧ୍ଯକ୍ଷ ପଦବୀ ପାଇଁ ପ୍ରମୁଖ ଦଳର ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ଧର୍ମଗଡ ବ୍ଲକ ପ୍ରଥମିକ ଶିକ୍ଷକ ସଂଘ : ନବ ନିର୍ବାଚିତ ସଦସ୍ୟ ଙ୍କ ଶପଥ ପାଠ ଉତ୍ସବ

Sunil Chandra Nayak

Leave a Comment

error: Content is protected !!