ଚନ୍ଦାହାଣ୍ଡି 16/7- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଚହଳ ପକାଇ ଥିବା ଧୋଢ଼ୀପାଣି ଆଶ୍ରମ ବିଦ୍ୟାଳୟ ର ଛାତ୍ର ଙ୍କୁ ଶିକ୍ଷକ ଙ୍କ ମାଡ଼ ଘଟଣା ର ଦୁଇ ଦିନ ପରେ ମାଡ଼ ମାରିଥିବା ଶିକ୍ଷକ ଉମେଶ ସୁନାନୀ ଙ୍କ ନାମରେ ଚନ୍ଦାହାଣ୍ଡି ଥାନା କେସ ନଂ 84/22 ଦଫା 294/323/325/506 ଆକ୍ଟ ପି ସି ରେ ଏକ ମାମଲା ରୁଜ୍ଜୁ କରି ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି l ଘଟଣା ର ତଦନ୍ତ ଦାୟିତ୍ୱ ଏସ ଆଇ ଶିବ ପ୍ରସାଦ ମହାନ୍ତି ଙ୍କୁ ଦିଆ ଯାଇଥିବା ସେ ସୂଚନା ଦେଇ ଛନ୍ତି l ତଦନ୍ତ କାରି ଅଧିକାରୀ ଏସ ଆଇ ମହାନ୍ତି ଧୋଡ଼ିପାଣି ଆଶ୍ରମ ବିଦ୍ୟାଳୟ କୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁମଣି ଜାନି ଏବଂ ଅନ୍ୟ ଶିକ୍ଷକ ମାନଙ୍କୁ ଘଟଣା ସମର୍କ ରେ ପଚାରି ବୁଝିଥିଲେ l ବିଦ୍ୟାଳୟ ପରିସର ରେ ଅଭିଯୁକ୍ତ ଶିକ୍ଷକ ଉମେଶ ସୁନାନୀ ଅନୁପସ୍ଥିତ ରହି ଥିଲେ l ଶିକ୍ଷକ ସୁନାନୀ ମେଡିକାଲ ଯାଇଥିବା ପ୍ରଧାନ ଶିକ୍ଷକ ଜାନି ପ୍ରକାଶ କରିଥିବା ନେଇ ଏସ ଆଇ ମହାନ୍ତି ପ୍ରକାଶ କରିଛନ୍ତି l ଶିକ୍ଷକ ଙ୍କ ଗିରଫ କୁ ଏଡାଇବା ପାଇଁ ଜୋରସୋର ରେ ପ୍ରୟାସ ଚାଲିଥିବା ନେଇ ସାଧାରଣ ରେ ସନ୍ଦେହ ପ୍ରକାଶ ପାଇଛି l ଏ ଦିଗରେ ଜିଲ୍ଲା ଆରଖି ଅଧିକ୍ଷକ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଆହତ ଛାତ୍ର ଙ୍କ ପରିବାର ଲୋକେ ଦାବୀ କରିଛନ୍ତି l
ପ୍ରକାଶ ଥାଉକି ଗତ 11/7/22 ରେ ଧୋଡ଼ିପାଣି କଲ୍ୟାଣ ବିଭାଗ ଆଶ୍ରମ ର ଅନ୍ତେବାସ ରେ ସପ୍ତମ ଶ୍ରେଣୀ ର ଛାତ୍ର ଆଦିତ୍ୟ ବାଘ ଏବଂ ଅନ୍ୟ ଜଣେ ଛାତ୍ର ମାଡ଼ଗୋଳ ହେବାରୁ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଉମେଶ ସୁନାନୀ ଦୁଇ ଛାତ୍ର ଙ୍କୁ ବୁଝା ସୁଝା କରିବା ବଦଳ ରେ ଏକ ପ୍ଲାଷ୍ଟିକ ପାଇପ ରେ ଆଦିତ୍ୟ କୁ ନିର୍ଧୁମ ପିଟିବା ରୁ ଆଦିତ୍ୟ ର ବାପା ତ୍ରିଲୋଚନ ବାଘ ଗତ 14 ତାରିଖ ଦିନ ଚନ୍ଦାହାଣ୍ଡି ଥାନା ରେ ଶିକ୍ଷକ ଙ୍କ ନାମ ରେ ଲିଖିତ ଅଭିଯୋଗ ଦେବା ରୁ ଥାନାଧିକାରୀ ଉଭୟ ପକ୍ଷ କୁ ଥାନା କୁ ଡକାଇ ଥିଲେ l ପ୍ରଧାନ ଶିକ୍ଷକ ରଘୁମଣି ଜାନି ଏବଂ ଅନ୍ୟ ଶିକ୍ଷକ ମାନଙ୍କ ଉପସ୍ଥିତି ରେ ବୁଝାମଣା ହେବାରୁ ଥାନା ରେ କୌଣସି ମାମଲା ରୁଜ୍ଜୁ ହୋଇ ନ ଥିଲା l ଛାତ୍ର ଙ୍କୁ ଅଧିକା ଯନ୍ତ୍ରଣା ହେବାରୁ ପରିବାର ଲୋକେ ଉମରକୋଟ ଏକ ଘରୋଇ କ୍ଲିନିକ କୁ ନେବା ପରେ ଏକ୍ସରେ ରିପୋର୍ଟ ରେ ଆଦିତ୍ୟ ର ହାଡ଼ ଫେକଚର ହୋଇ ଥିବା ଜଣା ପଡିବାରୁ ଶନିବାର ପରିବାର ଲୋକେ ଚନ୍ଦାହାଣ୍ଡି ଥାନା ରେ ପୁନଃ ଅଭିଯୋଗ ଦେବା ପରେ ଶିକ୍ଷକ ଙ୍କ ନାମରେ ମାମଲା ରୁଜ୍ଜୁ ହୋଇ ଥିଲା l ଖୁବ ଶୀଘ୍ର ଅଭିଯୁକ୍ତ ଶିକ୍ଷକ ଙ୍କୁ ଗିରଫ କରିବା ପାଇଁ ସାଧାରଣ ରେ ଦାବୀ କରାଯାଇଛି l
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ