ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ରେ ଷୋହଳ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି

ବେହେରା -:   ଏକ ଆଧ୍ଯାତ୍ମିକ ବାତାବରଣ ରେ ଧର୍ମଗଡ ବ୍ଲକ ବେହେରା ରେ ଷୋହଳ ପ୍ରହର ନାମଯଜ୍ଞ ପାଳିତ ହେଇଯାଇଛି। ଦଣ୍ଡପାଟ ତ୍ରିନାଥ ମେଳା ପୂଜା କମିଟି ଓ ବେହେରା ଗ୍ରାମବାସୀ ଆୟୋଜିତ ଷୋହଳ ପ୍ରହର ନାମଯଜ୍ଞ ରେ ୪ ଜିଲ୍ଲା ରୁ ୮ଗୋଟି ଦଳ ଯୋଗଦେଇ ହରିନାମ କୀର୍ତ୍ତନ କରିଥିଲେ । ଏଥିରେ ଯଜ୍ଞକର୍ତ୍ତା ଭାବରେ ଅନିଲ ପଣ୍ଡା ଓ ଧର୍ମପତ୍ନୀ ଶିଖାରାଣୀ ପଣ୍ଡା ଦାୟୀତ୍ୱ ତୁଲାଇଥିଲେ। ପୂଜକ ଭାବରେ ପଣ୍ଡିତ ତ୍ରାହିକର ମିଶ୍ର, ପଣ୍ଡିତ ମୋହନ ତିଓ୍ୱାରୀ ସମେତ ଅନ୍ୟ ପୂଜକ ସାହାର୍ଯ୍ୟ କରିଥିଲେ। ସଭାପତି ମଣ୍ଟୁ ଅଗ୍ରଓ୍ୱାଲ,ସମ୍ପାଦକ ନିରଞ୍ଜନ ନାଏକ,କୋଷାଧ୍ୟକ୍ଷ ସୁରେନ୍ଦ୍ର ଗୋପାଳ ସମେତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ସୁରୁଖୁରୁରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଇଯାଇଛି। କୋଭିଡ ପାଇଁ ଦୁଇ ବର୍ଷ ନାମଯଜ୍ଞ ବନ୍ଦ ଥିବା ବେଳେ ଏ ବର୍ଷ ଅନୁଷ୍ଠିତ ନାମଯଜ୍ଞ ଅଞ୍ଚଳ ରେ ଖୁସିର ଲହରୀ ଖେଳାଇ ଦେଇଛି। ଭକ୍ତମାନଙ୍କ ପାଇଁ ଆନନ୍ଦ ବଜାର ଖୋଲାଯାଇ ଭୋଗ ବ୍ୟବସ୍ଥା କରାଯାଇଥିଲା। ଦଣ୍ଡପାଟ ଡ୍ରାଇଭର ମହାସଂଘ, ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମିତି ବେହେରା ଶାଖା, ବିଭିନ୍ନ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ପାନୀୟ ଜଳର ବ୍ଯବସ୍ଥା କରିଥିଲେ। ସୋମବାର ସକାଳ ନାମାରମ୍ଭ ହେଇ ବୁଧବାର ଦଧି ହାଣ୍ଡି ଭଗ୍ନ କରାଯାଇଥିଲା। ଦୁଇ ଦିନ ଧରି ଅନୁଷ୍ଠିତ ଉକ୍ତ ନାମଯଜ୍ଞ ରେ ରିଙ୍କୁ ଅଗ୍ରଓ୍ୱାଲ, ବିକାଶ ଅଗ୍ରଓ୍ୱାଲ, ସୁନୀଲ ଅଗ୍ରଓ୍ୱାଲ, ଲଳିତ ଅଗ୍ରଓ୍ୱାଲ, ତୁଲସୀରାମ ବାରିକ, ପିଣ୍ଟୁ ତିଓ୍ବାରୀ, ଗୌରଚନ୍ଦ୍ର ବାଗ, ଲଲିତ ନାଏକ, ରଜନୀ ନାଏକ, ବଣ୍ଟି ତିଓ୍ବାରୀ, ସୁରେନ୍ଦ୍ର ସାହୁ, ରଞ୍ଜନ ପଣ୍ଡା, ବଳରାମ ପୁଝାରି, ଭାରତ ଗୋପାଳ ସମେତ ବେହେରା ଗ୍ରାମବାସୀ ପ୍ରମୂଖ ସହଯୋଗ କରିଥିଲେ।

କାମେସ  ନାଗ ଙ୍କ ରିପୋର୍ଟ ।

Related posts

କବିତା – ମାଆ ବିରଜାଙ୍କ ବିଶେଷ ପାର୍ବଣ

Sunil Chandra Nayak

ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଵସ୍ତି ପାଲାସ ହୋଟେଲରେ ଖବରଦାତା ସମ୍ମିଳନୀ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!