ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା  ମୁଁ ଓ ମୋ ପ୍ରେମ 

 ମୁଁ ଓ ମୋ ପ୍ରେମ 

              ବାଲାଜି ସେଠୀ

 

କୁହ ଜଣେ କିଏ ଏମିତି ମଣିଷ

ପ୍ରେମ କେବେ କରିନାହିଁ

ପ୍ରେମର ଶୀତଳ ନିଆଁର ଯନ୍ତ୍ରଣା

ହୃଦୟେ ନ ଥିବ ସହି ।।

ପ୍ରେମର ନିବୁଜ ପରିଧି ଭିତରେ

ଯାଇଛି ମୋ ସତ୍ତା ହଜି

ପାଉନାହିଁ ଆଜି ନିଜକୁ ନିଜେ ମୁଁ

ଯେତେ ଚାଲୁଅଛି ଖୋଜି ।।

ଭାବ ସରୋବରେ ଥାପିଛି ମୁଁ ପାଦ

ଭାବନାରେ ହୋଇ ସିକ୍ତ

ଅନ୍ତରର ଭାଷା ଓଠ ଜାଣେ ହେଲେ

ନେତ୍ର କରୁଅଛି ବ୍ୟକ୍ତ ।।

ପ୍ରେମ ନୁହେଁ ମୋର କଚ୍ଚା କାଚଘର

ଭାଙ୍ଗିଯିବ ଅନ୍ୟାୟାସେ

ପ୍ରତିଶ୍ରୁତି ନୁହେଁ ପ୍ରତିଜ୍ଞା କରୁଛି

ରହିଥିବି ତାର ପାଶେ ।।

ମୋର ପ୍ରେମ ତୋରା କୋମଳ କୁସୁମ

ମୁଁ ତା ମନଲୋଭା ବାସ

ମେଘୁଆ ଆକାଶେ ଇନ୍ଦ୍ରଧନୁ ହେଲେ

ମୁଁ ସାତରଙ୍ଗ ତରାସ ।।

ଯେତେ ଢ଼ଳିଲେ ବି ପଦୁଅଁ ପତରେ

ଛୁଇଁ ପାରେନାହିଁ ଜଳ

ମୋ ପ୍ରେମ ସେମିତି କଳଙ୍କ ବିହୀନ

ହୃଦୟର ମିଠା ଫଳ ।।

ମାଗିନାହଁ କେବେ ଧନ ଦଉଲତ

ସ୍ୱାର୍ଥର କବର ଖୋଳି

ସର୍ତ୍ତରେ କିଞ୍ଚିତ କରିନି ବଞ୍ଚିତ

ଏକାନ୍ତେ ହେବାକୁ ଭାଳି ।।

ବିଶ୍ୱାସର ମଞ୍ଜି ମହାବୃକ୍ଷ ଆଜି

ଚାରାଟି ଥିଲା ସୁଷମ 

ପବିତ୍ର ଛାଇରେ ବଞ୍ଚି ରହିଅଛି

ମୁଁ ଆଉ ମୋର ପ୍ରେମ ।।

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ନୂତନ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

Sunil Chandra Nayak

କୋର୍ଟ ସମ୍ମୁଖରେ ପଡି ମୁଦଲାଙ୍କ ଗୋଡ ଭାଙ୍ଗିଲା

Sunil Chandra Nayak

ପୁଅକୁ ନେଇ ଚିନ୍ତାରେ ପରିବାର , ଚିକିସ୍ସା  ସୁବିଧା ଯୋଗାଇ ଦେବା ନିମନ୍ତେ ପରିବାରବର୍ଗଙ୍କ ଦାବୀ 

Sunil Chandra Nayak

Leave a Comment

error: Content is protected !!