ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ ଇନ୍ଦିରା ଗାନ୍ଧୀ ଙ୍କ ୩୮ ତମ ଶ୍ରାଦ୍ଧ ଦିବସ

କୋଷାଗୁମୁଡ଼ା /୦୧/୧୧/୨୨(ମନିସ)  ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୋମବାର କୋଡିଙ୍ଗା ଠାରେ ଇନ୍ଦିରା ଗାନ୍ଧିଙ୍କ ୩୮ ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଯାଇଛି !ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକ ର କୋଡ଼ିଙ୍ଗାସ୍ଥିତ ଇନ୍ଦିରା ଗାନ୍ଧୀ ମିନି ଷ୍ଟେଡିୟମ ଠାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ଭାରତ ରତ୍ନ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ଦିବସ ରେ କୋଡ଼ିଙ୍ଗା ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟ ଅର୍ପଣ ଏବଂ ବିରାଟ ଶୋଭାଯାତ୍ରା ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭା ବୈଠକରେ ଇନ୍ଦିରା ଗାନ୍ଧୀ ଙ୍କ ସ୍ମୃତି ଚାରନ କରାଯାଇଥିଲା ! ଆଜିର କାର୍ଯ୍ୟକ୍ରମ କୁ ବ୍ଲକ କଂଗ୍ରେସ ସଭାପତି ପଦ୍ମସାଇ ମାଳି ଆବାହନ କରି ଥିବା ବେଳେ ମଞ୍ଚ ପରିଚାଳନା ଜିଲ୍ଲା ସଭାପତି ମୁନା ତ୍ରିପାଠୀ କରିଥିଲେ । ମୂଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ଭାଲୁ ବାହିନୀ ପତି ଥିବା ବେଳେ ପୂର୍ବତନ ବିଧାୟକ ସଦନ ନାୟକ, ଭୁଜବଳ ମାଝୀ, ଜିଲ୍ଲା ପରିଷଦସଦସ୍ୟା ଲିପିକା ମଝି, ଏଆଇସି ମେମ୍ୱର ମାନସା ତ୍ରିପାଠୀ, ଜିଲ୍ଲା ଉପସଭାପତି ଧରମ ସିଂ ,ବରିଷ୍ଠ କଂଗ୍ରେସ ନେତା କେ ଏନ ରାଜୁ, ଖେମ ରାଜ ବାଘ, ସଂଜୀବ ବିଶୋଇ, ଯୁବ ନେତା ବାବୁଲି ବାଘ;ପଦ୍ମନ ବିଶୋଇ ଏବଂ କଂଗ୍ରେସ ର ପ୍ରମୁଖ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିଲା 

Sunil Chandra Nayak

ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି  ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ 

Sunil Chandra Nayak

କୋଲନରା ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!