ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେସିନ କରୁଛି ଏମଜିଏନଆଇଜିଏ କାମ,ଶ୍ରମିକ ଯାଉଛି ଦାଦନ

ଢେଙ୍କାନାଳ, କାମାକ୍ଷାନଗର 3/8/22 କଙ୍କଡ଼ାହାଡ଼:- ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦେବାପାଇଁ ଗ୍ରାମାଞ୍ଚଳରେ ଏମଜିଏନଆଇଜିଏ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୨୦୦୫ ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନିୟମ ଅନୁଯାୟୀ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ପାର୍ଶ୍ଵ ପରିଦର୍ଶନ କରିବା ପରେ, ବ୍ୟୟ ଅଟକଳ,ଆକଳନ ପ୍ରସ୍ତୁତ କରାଯାଇ କାର୍ଯ୍ୟରେ ସୂଚନା ଫଳକ ପ୍ରଥମେ ଲଗାଯାଇ କାର୍ଯ୍ୟ ଆରମ୍ଭ କରିବା ଏବଂ କୌଣସି ଯାନ୍ତ୍ରିକ ମେସିନ ନିଷେଦ୍ଧ ର ନିୟମ ରହିଥିବା ବେଳେ ,କେତେକ ମୁଷ୍ଟି ମେୟ ଅର୍ଥ ହଡପ ଲାଳସା କାରୀଙ୍କ ପାଇଁ ଏହା କେବଳ କାଗଜ କଲମ ରେ ନିୟମ ସୀମିତ ହୋଇ ରହିଯାଇଛି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ରେ ବିନା ପାର୍ଶ୍ଵ ପରିଦର୍ଶନ ,ବିନା କାର୍ଯ୍ୟର ସୂଚନା ଫଳକରେ ଜେସିବି ମେସିନ ଦ୍ଵାରା ଏମଜିଏନଆରଇଜିଏ ମାଟି କେନାଲ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ଅଞ୍ଚଳ ବାସୀ କାମ ନ ପାଇ ପ୍ରତିଦିନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବାବେଳେ,ଏପଟେ ଜେସିବି ମେସିନ ଦ୍ବାରା କାର୍ଯ୍ୟକାରୀ କରି କିଛି ଅର୍ଥ ହଡପ ଲାଳସା କାରୀ ଅର୍ଥ ହଡପ କରିବା ଚଳାଇଛି। ଏ ନେଇ ପିଇଓ ସାଗର ପଧାନ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ମୁଁ ଏ କାମ ବାବଦରେ କିଛି ଜାଣିନି ବୁଝିକି କହିବି ଏବଂ କେଉଁଠି ଜେସିବ ମେସିନ ରେ କାର୍ଯ୍ୟ ହେଉଛି ମତେ ଫଟୋ ଦିଅ ବୋଲି କହିଥିଲେ। ଫଟୋ ଦେବାପରେ ବାବୁଙ୍କ ର ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସୁନାହିଁ। ତେବେ ଏ ନେଇ ଅଧିକାର ବାବୁ ମାନେ କେମିତି ନ ଜାଣିବା ସହ, ଜେସିବ ମେସିନ ରେ କାର୍ଯ୍ୟ ହେଉଛି ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି। ଏଥି ପ୍ରତି ପ୍ରଶାସନ ଅଧିକାରୀ ମାନେ ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଚିଲିଗୁଡା ମଣ୍ଡି ଉଦଘାଟିତ

Sunil Chandra Nayak

ଗୁରୁ ଦିବସ ପାଳିତ

Sunil Chandra Nayak

ନମ୍ୱର୍ ବିହୀନ କଳାରଙ୍ଗର ମୋଟର ସାଇକେଲ ସହ ଛଅ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

Leave a Comment

error: Content is protected !!