ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଗରିକ ବିକାଶ ସଂଗଠନର ବୈଠକ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ଦୁଆରଶୁନୀ ଗ୍ରାମରେ ନାଗରିକ ବିକାଶ ସଂଗଠନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ମହିଳାମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ଗ୍ରାମାଞ୍ଚଳରେ ଦେଖାଯାଉଥିବା ଜଳସମସ୍ୟା ଉପରେ ଆଲୋଚନା କରାଯାଇ ଥିଲା।ଜଳ ସମସ୍ୟା ସମ୍ପର୍କରେ କିପରି ପଞ୍ଚାୟତ ପ୍ରତିନିଧି ଓ ବ୍ଳକ ଉନ୍ନୟନ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏହାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରାଯିବ ତାହା ଆଲୋଚନା ହୋଇଥିଲା। ଏହାର ସମାଧାନ ଦିଗରେ ଆସନ୍ତା ୨୯ ତାରିଖ ଦିନ ମହିଳା ନେତ୍ରୀ ମାନଙ୍କୁ ନେଇ ଜିଲ୍ଲା ଜଳ ଯୋଗାଣ ଅଫିସ ସମ୍ମୁଖରେ ଧାରଣା ଦେବାକୁ ମଧ୍ୟ ଦାବି ହୋଇଥିଲା। ଏହି ବୈଠକରେ ଲାଞ୍ଜିଗଡ଼ ବ୍ଲକର ସଭାନେତ୍ରୀ ଦୁଲଭି ହରିଜନ, କେସିଙ୍ଗା ବ୍ଳକର ଟଭା ଛତ୍ରିଆ, ଗୋଲାମୁଣ୍ଡା ବ୍ଲକରୁ ସରସ୍ଵତୀ ଖର୍ସେଲ,ଧର୍ମଗଡରୁ ପ୍ରବିଣା ଖମାରି, ଜୁନାଗଡ଼ ବ୍ଳକର ପୁଷ୍ପା ବାଗ, କୋକସରା ବ୍ଲକରୁ ରଜତକାନ୍ତି ଦୁର୍ଗା ଓ ଥୁଆମୂଳ ରାମପୁର ବ୍ଳକର ଚନ୍ଦ୍ରମା ସୁନାନୀ ଯୋଗଦାନ କରିଥିଲେ। ଶେଷରେ ଅହଲ୍ୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବିଦ୍ୟୁତ୍ ତାର ରେ ଲାଗି ଯୁବକଙ୍କ ମୃତ୍ୟୁ

Sunil Chandra Nayak

ଲଘୁଚାପଜନିତ ବର୍ଷା ଯୋଗୁଁ ଘର ଭୁଶୁଡିବା ଫଳରେ ବାସଶୂନ୍ୟ ଦୁଇ ପରିବାର 

Sunil Chandra Nayak

ରାଉରକେଲା – ଓଡ଼ିଆ ଭାଷା ବିକାଶ ମଞ୍ଚ ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!