ଦୁହିତା
ରାଗ-ରାମକେରୀ
ବିଧାନଙ୍କ ବରଦାନରେ
ହେଲା କନ୍ୟା ରତନ
ତ୍ରିପୁର ମୋହିବା ପାଇଁକି
ଧରି ନବ ଯୌବନ |1|
ପିତୃକୁଳ ଆଉ ଶଶୁ୍ର
ବଂଶ ରଖିବା ପାଇଁ
ବିଧାତା ଗଢିଲେ ସଂସାରେ
କନ୍ୟାରତ୍ନନିଠାଇ |2|
ଉଭୟ କୁଳର ରକ୍ଷଣେ
ଦୁହିତାର ଜନମ
ଉଭୟ ବଂଶର ମର୍ଯ୍ୟାଦା
ଗୁଣ ସିନ୍ଧୁ ସୁଷମ |3|
ଉଭୟକୁଳର ଦୂରତା
ରଖେ କନ୍ୟାରତନ
ତେଣୁ କୁଳଲଷ୍ମୀ ବୋଲାଏ
ମର୍ତ୍ତ୍ୟେଦୁହିତା ଧନ|4|
ବିଧାତା ଗଢିଲେ ଯତନେ
ନାରୀରତନ ମଣି
ତ୍ରିପୁର ଶୋଭିତା ପ୍ରତିମା
ନିଜେ ବିଶ୍ୱବିନ୍ଧାଣି |5|
ରୂପବିଭବର ଅପୂର୍ବ.
ଶୋଭା ଦୁହିତା ମଣି
ରୁପାରାଇଜରେ ଝଟକେ
ସସାଗରା ମଣ୍ଡନୀ |6|
ସ୍ବର୍ଗମର୍ତ୍ତ୍ୟ ପାଦ ତଳରେ
ଦୁହିତା ସମକେହି
ନ ଥିବେ ସଂସାରେ ତୁଳନା
. ହେଵା ସକାଶେ କେହି |7|
ଦୁହିତା ସମାନ ନାହିଁକେ
ଜଣେ ଦୁଲ୍ଲାଳ କନ୍ୟା
ଉଭୟ କୁଳକୁ ଉଦ୍ଧାରେ
ରୂପ ଲାବଣ୍ୟ ବନ୍ୟା |8|
ପୁରୁଷ ସହିତ ନାରୀର
. ମହାମିଳନ ହେଲେ
ହସିଉଠେଘର ସଂସାର
ଦୁହିତାସୁଖେ ଥିଲେ |9|
ଯେଉଁଘରେ ସଦା ରହଇ
ସୁଖେ ଦୁହିତା ରତ୍ନ
ସେହିସୁଖ ସ୍ନେହ ମିଳଇ
ପାଇ ସଭିଙ୍କ ଯତ୍ନ |10|
ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା
ହରି ଚନ୍ଦନ ପୁର, କେନ୍ଦୁଝର