ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଅରୁନ୍ଧତୀ ଫାଉଣ୍ଡେସନ ପକ୍ଷରୁ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ”ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଅରୁନ୍ଧତୀ ହିରୋ ସୋରୁମ ଠାରେ ଅରୁନ୍ଧତୀ ଫାଉଣ୍ଡେସନ ପକ୍ଷରୁ ରୁ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ “ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ହୋଇଯାଇଅଛି I ଶିବିରଟିକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରଞ୍ଜନ କୁମାର ମିତ୍ରା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ( ବାପି), ଅରୁନ୍ଧତୀ ମୋଟର୍ସ ର ଅଧିକାରୀ ଶ୍ରୀ ସ୍ଵପ୍ନେଶ୍ଵର ମିଶ୍ର, ପ୍ରିୟବ୍ରତ ମିଶ୍ର, ପ୍ରବୀଣ ପଣ୍ଡା ଙ୍କ ଉପସ୍ଥିତରେ ଫିତା କାଟି ଉଦଘାଟନ କରିଥିଲେ I ଏହି ଶିବିରରେ ସର୍ବମୋଟ 62 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ଏହି ଶିବିରରେ ଭବାନୀପାଟଣା ପୂର୍ବତନ ନଗରପାଳ ଶ୍ରୀମତୀ ଲଳିତା ନାଏକ, ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ମହାନନ୍ଦ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଅବିନାଶ ଠାକୁର, ବିଜୁ ଯୁବ ଜନତା ଦଳ ର ରାଜ୍ୟ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ମଣ୍ଟୁ ନାଏକ, ଆଇ ଟି ସେଲ ର ଜିଲ୍ଲା ସଂଯୋଜକ ଶ୍ରୀ ସତ୍ୟବ୍ରତ ଦାଶ, ହିମାଂଶୁ ନାଏକ, ସୀତାରାମ ନାଏକ, ବରିଷ୍ଠ ବ୍ୟବସାୟୀ ଶ୍ରୀ ପୱନ ଅଗ୍ରୱାଲ ଆଦି ଅତିଥିଗଣ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସIହିତ କରିଥିଲେ I ଏହି ଅବସରରେ ଭରଚୁଆଲ ମIଧ୍ୟମରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ମହୋଦୟ ଉପସ୍ଥିତ ରହି ଆୟୋଜକବୃନ୍ଦ ତଥା ରକ୍ତଦାତା ମାନଙ୍କୁ ଏହି ମହତ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଥିଲେ I

     ପରିଶେଷରେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ ବିଶେଷ କରି ଅରୁନ୍ଧତୀ ଫାଉଣ୍ଡେସନ ର ନିର୍ଦେଶକ ତଥା ମାଲିକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର, ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ମେହେର ଙ୍କୁ ତାଙ୍କର ଏହି ମହାନ ଚିନ୍ତାଧାରା ପାଇଁ ତଥା ତାଙ୍କର ଅଧିକାରୀଗଣ,କର୍ମକର୍ତ୍ତା, ସମସ୍ତ ରକ୍ତଦାତା, ରକ୍ତ ଭଣ୍ଡାରର ଅଧିକାରୀ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଏହି ଶିବିରକୁ ସଫଳ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇଘର ରେ ୩ କରୋନା ସଂକ୍ରମିତ ଚିହ୍ନଟ

Sunil Chandra Nayak

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

ବିପଦରେ ଗୋ ସମ୍ପଦ,ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁ ଅନେକ ଗୁରୁତର

Sunil Chandra Nayak

Leave a Comment

error: Content is protected !!