ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ରାୟଗଡ, ୨୪ ମାର୍ଚ୍ଚ ୨୦୨୩ – ଯକ୍ଷ୍ମା ଏକ ରୋଗ ଯାହା ଶତାବ୍ଦୀ ଧରି ମାନବଜାତି ଉପରେ ପ୍ରଭାବ ପକାଉଛି, ଏହା ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି ଏବଂ ସାରା ବିଶ୍ୱରେ ବିଶେଷ କରି ସମଗ୍ର ଭାରତବର୍ଷର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବିଶେଷ ଭାବେ ପ୍ରଭାବ ପକାଉଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ କୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷର ବିଷୟବସ୍ତୁ “ହଁ ! ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚୟ କରିପାରିବା” କୁ ଆଧାର କରି ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ରାୟଗଡ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 

ଏହି ଅବସରରେ ଯକ୍ଷ୍ମା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ନେଇ ଏକ ସୁସଜିତ ସଚେତନତାରଥ ସହ ଆଶା ଏବଂ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀଙ୍କୁ ନେଇ ଏକ ସଚେତନତା ଯାତ୍ରା କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସେବା ଅଧିକାରୀ ଡା ଲାଲମୋହନ ରାଉତରୟ ପତାକା ହଲାଇ ଉନ୍ମୋଚନ କରିଥିଲେ । ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରଙ୍ଗୋଲି ମାଧ୍ୟମରେ ଏକ ଯକ୍ଷ୍ମା ସଚେତନତା ବାର୍ତ୍ତା ଦିଆଯିବା ସହ ଯକ୍ଷ୍ମା ରୋଗର ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । 

ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସେବା ଅଧିକାରୀ ଡା ଲାଲମୋହନ ରାଉତରୟ କହିଥିଲେ ଯେ, ଯକ୍ଷ୍ମା ରୋଗର ଭୟଙ୍କର ସ୍ୱାସ୍ଥ୍ୟ, ସାମାଜିକ ତଥା ଅର୍ଥନୈତିକ ପରିଣାମ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଏବଂ ଯକ୍ଷ୍ମା ରୋଗର ନିରାକରଣ କରିବା ନିମନ୍ତେ ପ୍ରୟାସ କୁ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଏ । ଆଜିର ଏହି ସଚେତନା କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚିତ ଭାବେ ଜନସାଧାରଣ କିଛିମାତ୍ରାରେ ସଚେତନ ହେବେ ଏବଂ ଏହି କାର୍ଯ୍ୟକ୍ରମ ଯକ୍ଷ୍ମା ରୋଗର ନିରାକରଣର ଦିଗରେ ଏକ ପ୍ରୟାସ ମାତ୍ର । 

ଏଠାରେ ଉଲ୍ଲେଖେଯାଗ୍ୟ ଯେ, ଆମ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗ ପାଇଁ କଫ ପରୀକ୍ଷା କରାଯାଉଛି । ଚିହ୍ନଟ ଯକ୍ଷ୍ମା ରୋଗୀଙ୍କୁ ବିନା ମୂଲ୍ୟରେ ରୋଗ ନିରୂପଣ କରାଯାଇ ଉନ୍ନତମାନର ଔଷଧ ପ୍ରଦାନ କରାଯାଉଛି । ୨୦୨୨ ମସିହାରେ ଆମ ଜିଲ୍ଲାରେ ସମୁଦାୟ ୧୭୨୧ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଛି ଓ ୧୭୦୧ ରୋଗୀଙ୍କୁ ନିଃ-କ୍ଷୟ ପୋଷଣ ଯୋଜନାରେ ମାସିକ ୫୦୦ ଟଙ୍କା ହିସାବରେ ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି । ସମସ୍ତ ଚିହ୍ନଟ ଯକ୍ଷ୍ମା ରୋଗୀଙ୍କୁ ଏଚ.ଆଇ.ଭି. ଓ ମଧୁମେହ ରୋଗ ବାଧ୍ୟତାମୂଳକ । ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଃ-କ୍ଷୟ ମିତ୍ର ମାଧ୍ୟମରେ ଚିହ୍ନଟ ଯକ୍ଷ୍ମା ରୋଗୀଙ୍କୁ ଅତିରିକ୍ତ ପୋଷଣ ପାଇଁ ପୃଷ୍ଟିକର ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଛି ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସୁପରିଟେଡେଣ୍ଡ ଡା ବରଦାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା ମମତା ଚୌଧୁରୀ , ଡ଼ା ଡି କେ ଦେବ୍, ଯକ୍ଷ୍ମା ଓ ଫୁସଫୁସ୍ ବିଶେଷଜ୍ଞ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିସନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ୍ୱର ରାଓ ପଟ୍ଟନାୟକ ଆଦି ଉପସ୍ଥିତ ଥିଲେ ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପାଟଣାଗଡ ଲାୟନ୍ନ କ୍ଲବ ତରଫରୁ ମାଗଣା ମେଡିକାଲ କ୍ୟାମ୍ପ ସହ ଔଷଧ ବଣ୍ଟନ 

masiha

ଯୁବ ହଷ୍ଟେଲସ ଓ କେୟାର ହସ୍ପିଟାଲ ତରଫରୁ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର

Sunil Chandra Nayak

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

Leave a Comment

error: Content is protected !!