କାମାକ୍ଷାନଗର (ମନିସ )23/03 //କାମାକ୍ଷାନଗର ଉପଖଣ୍ଡର ଅଁଳାବେରେଣୀ ସେକ୍ସନ ବନ କାଯ୍ୟଳୟ ମଧ୍ୟରେ ଥିବା କୋଟୋଗରା ଗ୍ରାମର ଏକ ଆଖୁ କିଆରୀରୁ ୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି l ଗ୍ରାମବାସୀଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ମହେନ୍ଦ୍ର ଭୁତିଆ, ନିରାକାର ସାହୁ ଓ ଆଶିଷ ମିଶ୍ର ପହଁଚି ସାପଟିକୁ ଉଦ୍ଧାର କରି ପଶ୍ଚିମା ଆଞ୍ଚଳ ରେଞ୍ଜର ବନପାଳ ରମେଶ ସାହୁଙ୍କ ସହାୟତାରେ କଦଳୀପାଳ ଜଙ୍ଗଲ ରେ ଛଡା ଯାଇଥିବା ବନବିଭାଗ ସୂଚନା ଦେଇଛି l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ