ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଡାବୁଗାଁ, ୨୦/୧୧ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -୨୦୨୩ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିଥି ଭାବେ ଡାବୁଗାଁ ବିଡିଓ ଶରତ ମାଝି ଓ ତହସିଲଦାର ସଦାଶିବ ଭତ୍ରା ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ | ଏଥିରେ ବ୍ଲକ ଅଧିନ ମୋଟ ୪୧ ଟି ବିଦ୍ୟାଳୟରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ପ୍ରାଥମିକ ସ୍ତରୀୟ ୩୯ ଟି ଓ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ୨୧ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଏଥିରେ ବିଚାରକ ଭାବେ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ବିବେକ କୁମାର ଭୋଇ ଓ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପଦମ ଭତ୍ରା ଯୋଗ ଦେଇ ୫ ଟି ବିଭାଗର ୧୫ ଟି ଶ୍ରେଷ୍ଠ ପ୍ରକଳ୍ପକୁ ଚୟନ କରିଥିଲେ | ଚୟନ ହୋଇଥିବା ଶ୍ରେଷ୍ଠ ପ୍ରକଳ୍ପ ଗୁଡିକ ହେଲା ସ୍ୱାସ୍ଥ୍ୟ ଓ ବିଜ୍ଞାନ ବିଭାଗୀୟ ପ୍ରକଳ୍ପ ଭୁବନ ଧର ହରିଜନ (୧ମ), ଆନିସ ଗୌଡ (୨ୟ) ଓ ଦିବାକର ହରିଜନ (୩ୟ), ଜୀବନ ପାଇଁ ପରିବେଷ ରେ ରବିଚନ୍ଦ୍ର ହରିଜନ (୧ମ), ପୂରବବତି ଭତ୍ରା (୨ୟ) ଓ ସୁଶାନ୍ତ ଜାନୀ (୩ୟ), କୃଷି ବୈଷୟିକ ବିଜ୍ଞାନରେ ଶୁଭମ ଗୁପ୍ତା (୧ମ), ଶ୍ରୀହାନ୍ସ ସିଂ (୨ୟ) ଓ ମିନାକ୍ଷୀ ପନକା (୩ୟ), ପରିବହନ ଓ ଯୋଗାଯୋଗରେ ଦେବିସିଂ ଗୌଡ(୧ମ), କୁମାର ସାନ୍ତା (୨ୟ) ଓ ଜୋରବୀନ ଭତ୍ରା (୩ୟ), ବୈଜ୍ଞାନିକ ଚିନ୍ତାଧାରା ରେ ଅନ୍ଵେଷା ପଣ୍ଡା(୧ୟ), ଦିବ୍ୟାଶ୍ରୀ ପାତ୍ର (୨ୟ) ଓ ରଞ୍ଜନ ସାନ୍ତା (୩ୟ) ସ୍ଥାନ ଅଧିକାର କରିଥିଲେ | ଡାବୁଗାଁ ଏଥିରୁ ୫ଟି ଶ୍ରେଷ୍ଠ ପ୍ରକଳ୍ପ ଜିଲା ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବେ | ଚୟନ ହୋଇଥିବା ଛାତ୍ରୀ ଛାତ୍ରଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଶେଷରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ମୁଖ୍ୟ ବକ୍ତା ଭାବେ ଜିଲା ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ଆବାହକ ତଥା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ ପ୍ରମୁଖ ମଞ୍ଚାସୀନ ଥିଲେ | ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ ମଞ୍ଚ ପରିଚାଳନା କରିଥିଲେ |ଏଥିରେ ଶିକ୍ଷୟତ୍ରୀ ଗୀତାଞ୍ଜଳି ବସ୍ତିଆ, ପିଙ୍କି ଗୁପ୍ତା, ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ରତିକାନ୍ତ ନାୟକ, ଧନସିଂ ତନ୍ତୀ, ବିଶ୍ଵେଶ କୁମାର ତ୍ରିପାଠୀ, ଜିତେନ୍ଦ୍ର ମାଝି, ବଲ୍ଲଭ ନାରାୟଣ ପଣ୍ଡା, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ନାଥ ବେହେରା ଓ ସମସ୍ତ ସିଆରସିସି ମାନେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୪୨ ମୌଜାରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ   

Sunil Chandra Nayak

କାଳଷଣ୍ଢପୁର ଠାରେ ଠିକାଦାର ସଂଘର ବୈଠକ ଅନୁଷ୍ଠିତ

Sunil Chandra Nayak

ବାଣପୁର ଗ୍ରସ୍ତରେ ରାଜ୍ୟ ମିଶନ ଶକ୍ତି ଉପଦ୍ୟେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର

Sunil Chandra Nayak

Leave a Comment

error: Content is protected !!