ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖାତିଗୁଡା ରେ ହୋଇଥିବା ହତ୍ୟା କାଣ୍ଡ : ଛ ଦିନର ତନା ଘନା ପରେ ଦୋଷୀ ଚିହ୍ନଟ ଓ କୋର୍ଟ ଚାଲାଣ

ଖାତିଗୁଡା ରେ ହୋଇଥିବା ହତ୍ୟା କାଣ୍ଡ : ଛ ଦିନର ତନା ଘନା ପରେ ଦୋଷୀ ଚିହ୍ନଟ ଓ କୋର୍ଟ ଚାଲାଣ

 ତେନ୍ତୁଳିଖୁଣ୍ଟି :୨୦/୧୧/୨୩ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅଞ୍ଚଳରେ ପନ୍ଦର ଅକ୍ଟୋବର ଦିନ ରକ୍ତଜୁଡୁବୁଡୁ ଶବ ଖାତିଗୁଡା କଲୋନୀ ଠାରୁ ଶିବ ମନ୍ଦିର ଯିବା ରାସ୍ତା ପାର୍ଶ୍ଵ ଆବର୍ଜନା ନିକଟରେ ଦେଖାଯାଇଥିଲା ସେହି ଶ ବ ଖାତିଗୁଡା ର ପଦ୍ମନ ଦଳେଇ ଙ୍କ ପୁଅ ଟ ଙ୍କ ଧର ଙ୍କ ବୋଲି ଚିହ୍ନଟ ପରେ ପଦ୍ମନ ଦଳେଇ ହତ୍ୟାକରାଯାଇଥିବା ଅଭିଯୋଗ କରି ଥାନାରେ ରିପୋର୍ଟ କରିଥିଲେ। ସାଇଣ୍ଟିଫିକ ଟିମ ଆସି ସନ୍ଧାନୀ ଡଗ ସ୍କ୍ୱାଡ଼ ଆଣି ତଦନ୍ତ ଆରମ୍ଭ ହୋଇଥିଲା । ଏସପି ରୋହିତ ବର୍ମା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜୋରଦାର କରିବାକୁ ନିର୍ଦେଶ ଦେଇଥିଲେ। ସେହିଦିନ ହିଁ ଦଶ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସନ୍ଦେହରେ ଆଣି ପଚରାଉଚୁରା କରିଥିଲେ ଅନୁସନ୍ଧାନ କାରୀ ଟିମ। ଏସ ଡି ପି ଓ ଅଦିତ୍ୟସେନ ଙ୍କ ନେତୃତ୍ୱରେ ଆଇ ଆଇ ସି ଅଭିମନ୍ୟୁ ଦୁର୍ଗା ,ହରିଷ ଗଲୋରୀ ତଦନ୍ତ କରୁଥିଲେ। ଛଦିନ ର ମାରାଥନ ତଦନ୍ତ ପରେ ପ୍ରଥମ ଦିନରୁ ସନ୍ଦେହରେ ଅଟକ ଥିବା ମଧ୍ୟରୁ ଚନ୍ଦ୍ରଶେଖର ଦଳେଇ ଓରଫ ଶେଖ ନାମକ ଯୁବକ ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟା କରିଥିବା ସ୍ୱୀକାର କରିଥିବା ନେଇ ଖବରଦାତା ସମ୍ମିଳନୀ ରେ ଏସ ଡି ପି ଓ କହିଛନ୍ତି। କେଶ ନମ୍ବର 107 ରେ ଦରଜ ହୋଇଥିବାବେଳେ 302 /34 ଦଫାରେ ଶେଖ କୁ କୋର୍ଟ ଚାଲାଣ କରାଯାଇଛି। ହତ୍ୟାକାଣ୍ଡ ରେ ବ୍ୟବହୃତ ଅସ୍ତ୍ର ଜବତ ହୋଇଥିବା ଅନୁସନ୍ଧାନକରି ଅଧିକାରୀ ଅଦିତ୍ୟସେନ କହିଛନ୍ତି। ହତ୍ୟାକାରୀ ମୃତକ ଙ୍କ ପରିବାର ର ସମ୍ପର୍କୀୟ ହୋଇଥିବା ବେଳେ ଏକ ମାତ୍ର ବ୍ୟକ୍ତି ହିଁ ହତ୍ୟା କରିଥିବା ବିଷୟକୁ ବିଶ୍ୱାସ କରୁନାହାଁନ୍ତି, ହତ୍ୟାକାଣ୍ଡରେ ହତ୍ୟାକାରୀ ସହ ଅନ୍ୟ କେଉଁ ମାନେ ସାମିଲ ଥିବେ ବୋଲି ସନ୍ଦେହ କରି ସେହି ଦିଗରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଅନ୍ୟ ଯେଉଁମାନଙ୍କୁ ସନ୍ଦେହରେ ଅଟକ ରଖାଯାଇଥିଲା ସମସ୍ତଙ୍କୁ ଛାଡି ଦିଆ ଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

Corruption Scandal Rocks Odisha’s Watershed Department

masiha

ବିପୁଳ ପରିମାଣର ସାର ଜବତ

masiha

ବସ୍ ଷ୍ଟାଣ୍ଡରେ ମହିଳାଙ୍କ ଠାରୁ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ ଘଟଣା ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!