ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଆରା ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ। ଯାତ୍ରୀବାହୀ ବସରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ନିଆରା ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ। ଯାତ୍ରୀବାହୀ ବସରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

କାମାକ୍ଷାନଗର (ମନିସ )୨୨.୦୬.୨୫ — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସକୁ ବଡ଼ ସଫଳତା। ଗଞ୍ଜେଇ ମାଫିଆ ଜଣେକୁ ଗିରଫ କରିଛି ପୋଲିସ। ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଥିଲା କାମାକ୍ଷାନଗର ପୋଲିସ। ଅଭିଯୁକ୍ତ ହେଲେ ମୋଟଙ୍ଗା ଥାନା ହଳଦିଆବାହାଳ ଅଂଚଳର ଜିତେନ୍ଦ୍ର କୁମାର ବେହେରା। ଜିତେନ୍ଦ୍ରଙ୍କ ଠାରୁ ୨୬ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜିତେନ୍ଦ୍ର ପ୍ରତିଦିନ ବସରେ ଯାତ୍ରା କରି ଗୋଟିଏ ଷ୍ଟପେଜରୁ ଅନ୍ୟ ଏକ ଷ୍ଟପେଜକୁ ଯାଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଛେଣ୍ଡିପଦା ଅଞ୍ଚଳରୁ ଗଞ୍ଜେଇ ଆଣି ଯାଜପୁର ଅଂଚଳକୁ ଚୋରା ଚାଲାଣ କରୁଥିଲେ। କାମାକ୍ଷାନଗର ଆଳତୁମା ଗ୍ରାମ ଛକ ନିକଟରେ ଅନ୍ୟ ଏକ ବସକୁ ଅପେକ୍ଷା କରିଥିଲା ଗଞ୍ଜେଇ ମାଫିଆ। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଆଶିଷ ଜେନା ଅଭିଯୁକ୍ତ ଜିତେନ୍ଦ୍ରକୁ ଆଳତୁମା ଗାଁ ଛକ ନିକଟରୁ କାବୁ କରିଥିଲେ। ଗତ ୧୫ ଦିନ ହେବ ଜିତେନ୍ଦ୍ରଙ୍କ ଉପରେ ପୋଲିସର ନଜର ରଖିଥିଲା ଏବଂ ଆଜି ଧରିବାରେ ସକ୍ଷମ ହୋଇଥିବାା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ

ନୂଆପଡା ସିଆରପିଏଫ ଓ ମାଓବାଦୀ ଗୁଲିବିନିମୟ ,କୁମ୍ବିଂ ଅପରେସନ ଜାରି

masiha

Leave a Comment

error: Content is protected !!