ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାପରୀକ୍ଷା

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାପରୀକ୍ଷା

ରାୟଗଡ :-ତା. ୨୨/୦୬- ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପ ଜିଲ୍ଲାପାଳ ରମେଶ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ ସହରର ବିଭିନ୍ନ ହୋଟେଲ ମାନଙ୍କରେ ଅଚାନକ ଚଢାଉ କରାଯାଇଥିଲା । ହୋଟେଲର ପରିଷ୍କାର ପରିଚ୍ଛନ୍ନତା ,ଖାଦ୍ୟ ପଦାର୍ଥର ମାନ ଇତ୍ୟାଦି ତନଖି କରାଯାଇ ଥିଲା । 

ଏହି କ୍ରମରେ ରାୟଗଡ଼ ରେଳ ଷ୍ଟେସନ୍ ନିକଟରେ ଥିବା ୨୪ x ୭ ରେଷ୍ଟୁରାଣ୍ଟ ରେ ଚଢାଉ କରାଯାଇଥିଲା । ଏହି ହୋଟେଲର ଖାଦ୍ୟ ନିମ୍ନ ମାନର ଏବଂ ଅସ୍ଵାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଥିଲା । ତଦନ୍ତ ସମୟରେ ୩ ଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । 

ଏହା ପରେ ହୋଟେଲ କୈଲାଶ , ରାୟଗଡ ରେ ମଧ୍ୟ ଚଢାଉ କରାଯାଇଥିଲା । ସେହି ହୋଟେଲରେ ୫ ଗୋଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା ଏବଂ ଅସ୍ଵାସ୍ଥ୍ୟକର ପରିବେଶ, ବହୁ ପରିମାଣର ଖାଦ୍ୟରେ ମିଶାଇବା ରଙ୍ଗ, ଚାଇନା ସାଲ୍ଟ ଦେଖିବାକୁ ମିଳିଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । ଏହା ପରେ ହୋଟେଲ ସାଇ ଇନ୍ଟରନ୍ଯାଶନାଲ ଏବଂ ବାର , ରାୟଗଡା ରେ ମଧ୍ୟ ଚଢାଉ କରାଯାଇଥିଲା । ବାର ର ଲାଇସେନ୍ସ ଏବଂ ଖାଦ୍ୟ ଲାଇସେନ୍ସ ଉପସ୍ଥାପନ କରି ପାରି ନ ଥିଲେ । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । ଏହି ଚଢାଉ ସମୟରେ ACSO , (Suhansa Bhoi), Food Inspector (Jyoti Prakash Soren), Sanitary Expert (Binay Bikram Parichha), Police ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ହୋଟେଲର ମାଲିକ ମାନଙ୍କୁ ସ୍ଵାସ୍ଥ୍ୟକର ଏବଂ ଉନ୍ନତ ମାନର ଖାଦ୍ୟ ପରଶିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ 

masiha

ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲା ରାମଦୋଳି ଯୁବକ ସଂଘ

Sunil Chandra Nayak

ରାୟଗଡ଼ ଜିଲ୍ଲା ଚଇତି 23କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ 

masiha

Leave a Comment

error: Content is protected !!