ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନ୍ତୋଷ କୁମାର ତୁଳ ପାଇବେ ଦେବଗିରି ବାର୍ତ୍ତା ସମ୍ମାନ

ସନ୍ତୋଷ କୁମାର ତୁଳ ପାଇବେ ଦେବଗିରି ବାର୍ତ୍ତା ସମ୍ମାନ

ଲାଞ୍ଜିଗଡ ୧୯/୧୧ // ଉଦୀୟମାନ ଯୁବ ସାମ୍ବାଦିକ ସନ୍ତୋଷ କୁମାର ତୁଳ ପାଇବେ ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ବାର୍ତ୍ତା ସମ୍ମାନ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ପୁର ଗ୍ରାମର କୃଷ୍ଣ ଚନ୍ଦ୍ର ତୁଳ ଓ ପୁଷ୍ପା ବତୀ ତୁଳ ଙ୍କ ଦ୍ୱିତୀୟ ପୁତ୍ର ସନ୍ତୋଷ କୁମାର ତୁଳ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ଲାଞ୍ଜିଗଡ଼ର ବରିଷ୍ଠ ଉପ ଦେଷ୍ଟା ନିଜ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରୁଛନ୍ତି। ପାରମ୍ପରିକ ଧାରାରୁ ଭିନ୍ନ ତାଙ୍କର ଖବର ପରିବେଷଣ ତାଙ୍କୁ ଦେଇପାରିଛି ଏକ ସ୍ୱତନ୍ତ୍ର ପରିଚୟ। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସମାଜର ନିମ୍ନ ସ୍ତରର ମଣିଷଙ୍କ ପାଇଁ ଲେଖନୀ ଚାଳନା କରି ସେ ନିଜର ସାମାଜିକ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି। ସେହିପରି ଜଣେ କଳା ସଂଗଠକ ଭାବେ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ। ଶ୍ରୀ ତୁଳ ବଡ଼ ଖବର ଟିଭି (ଚେନାଲ )ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ରେ ବର୍ତମାନ କାର୍ଯ୍ୟରତ ଏବଂମସିହା ନିଉଜ ରେ ଲାଞ୍ଜିଗଡ ବ୍ଲକ ରିପୋଟର ଭାବେ ନିଉଜ ସମ୍ପାଦନ କରୁଚନ୍ତି । ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ସନ୍ତୋଷ କୁମାର ତୁଳ ଙ୍କୁ ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯିବ। ଏହି ଅବସରରେ ତିନି ଦିନ ବ୍ୟାପି ଡମ୍ ବଜା, ବଜାସାଲ୍, ସିଙ୍ଗ୍ ବଜା, ଢାପ୍, ବନାବାଡି, ଘୁମୁରା ସହ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି।

ଜଗନ୍ନାଥ ନାଏକଙ୍କ ରିପୋର୍ଟ 

Related posts

୧- ଫୁଣ୍ଡା ଗ୍ୟାସ ବିତରଣ ଏଜେନ୍ସି କୁ ଅନୁକମ୍ପା କାହା ସ୍ଵାର୍ଥରେ ? ସିଲିଣ୍ଡର ଜବତ ପରେ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୁନ ! , ୨- ରାକ୍ଷୀ ପର୍ବ ପୂର୍ବରୁ ଜୁନାଗଡ଼ରେ ଚଢ଼ାଉ: ୩୫ କେଜି ବାସି ଖାଦ୍ୟ ନଷ୍ଟ, ୨୦୦ କେଜି ପଲିଥିନ୍ ଜବତ

Sunil Chandra Nayak

Proud of Cuttack Sadar Rabindranath pati passed away.

Sunil Chandra Nayak

ମୋବାଇଲ ଟାୱାର ତୁରନ୍ତ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ସାକ୍ଷାତ କରି ପୂର୍ବତନ ବିଧାୟକ ଅନୁରୋଧ କଲେ

Sunil Chandra Nayak

Leave a Comment

error: Content is protected !!