ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ରାୟଗଡ:-ତା ୨୯.୧୦.୨୦୨୩ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲପାଳ ରମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡିଶା ବିପର୍ଯ୍ୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯୟ ପ୍ରଶମନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର,ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ , ଉପ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନରେନ୍ଦ୍ର ନାୟକ,ଡେପୁଟି କଲେକଟର ସୂର୍ଯ୍ୟମଣି ଭୋଇ,ଡାକ୍ତର ଏଲ ଏନ ସାହୁ, ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀମତୀ ଭୋଇ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଉଦେଶ୍ୟରେ ଆଲୋଚନା କରିଥିଲେ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଉପରେ ଶପଥ ପାଠ କରିବାସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ଭଧୀୟ ସଚେତନତା ଓ ମୁକାବିଲା ଜନପ୍ରତିନିଧି ମାନଙ୍କର ଗୁରୁତ୍ଵ, ଗୋଷ୍ଠୀ ଶ୍ଵସସ୍ତି କରଣ, ସମସ୍ତ ଗୋଷ୍ଠୀ ସୁରକ୍ଷିତ ଓଡ଼ିଶା ମୁଖ୍ୟ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ବକ୍ତୃତା,ପ୍ରବନ୍ଧ, ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ର ଛାତ୍ରୀ , ଓଡରାଫ୍ ଟିମ୍ ଓ ଅଗ୍ନିଶ୍ରମ ଦଳ ପ୍ରମୁଖ ଉପସ୍ଥିତ ଥିଲେ।. ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଯନ୍ତ୍ର ପତି ମାଧ୍ୟମରେ ବିପର୍ଯ୍ୟ ସମୟରେ କିଭଳି ବ୍ୟବହାର କରି ପରିସ୍ଥିତକୁ ଆୟୋତ କରାଯିବ ସେ ବିଷୟରେ ବୁଝାଇଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚଇତି କ୍ରୀଡା -୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟା ଦର୍ଶକଙ୍କ ମନମୋହିଲା ଜାମସେଦପୁରର ନାଟକ “କନ୍ୟାଦାନ”

Sunil Chandra Nayak

ଭାଗବତ ଜନ୍ମଦିନରେ ଭାଗବତ ଟୁଙ୍ଗୀରେ ଉପହାର ନେଇ ପହଞ୍ଚିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!