ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫାଇନାନନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ

ପାପଡାହାଣ୍ଡି,8/8, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ଢାମଣାପଦର ଛକରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ନେଇ ଥାନାରେ ଏତଲା ହୋଇଛି | ସୁରେନ୍ଦ୍ର ନାୟକ ନାମକ ବ୍ୟକ୍ତି ଏ ନେଇ ଥାନାରେ ଦ୍ୱାରସ୍ତ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି | ଏତଲା ପ୍ରକାରେ ସୁରେନ୍ଦ୍ର ଗତ କାଲି ଲହରାକାନି,ଚାନ୍ଦିଲି, ମଇଦଲପୁର ଓ ପ୍ରଧାନୀଗୁଡାରୁ ରଣ କିସ୍ତି ବାବଦକୁ 52 ଜଣଙ୍କ ଠାରୁ ସେ ଏକ ଲକ୍ଷ ଏଗାର ହଜାର ଟଙ୍କା ଧରି ନବରଙ୍ଗପୁର ଯିବା ସମୟରେ ଢାମଣାପଦର ଛକରେ 2 ଜଣ ଅଜଣା ବ୍ୟକ୍ତି ତାଙ୍କ ବାଇକଜୁ ଅଟକାଇ ଥିଲେ | ମାରଣାସ୍ତ୍ର ଦେଖାଇ ଟଙ୍କା ମାଗିବାରୁ ସେ ବ୍ୟାଗଟିକୁ ଫୋପାଡ଼ି ଦେଇଥିଲେ | ଦୁବୃତ୍ତ ମାନେ ବ୍ୟାଗଟିକୁ ଧରି ଚାଲି ଯାଇଥିଲେ | ଏତଲାକୁ ଭିତ୍ତି କରି ପାପଡାହାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବହୁ ଚର୍ଚ୍ଚିତ ଵହଳଦା ଷ୍ଟେଟ ବ୍ୟାଙ୍କରଜ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଘଟଣାର ପର୍ଦ୍ଧାଫାଶ କଲା ମୟୂରଭଞ୍ଜ ପୋଲିସ; ବିହାର ରାଜ୍ୟର ୨ ଦୁର୍ଦାନ୍ତ ଡକାୟତଙ୍କୁ ବାନ୍ଧିଲା ପୋଲିସ ; ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି; ସଫଳତା ପଛରେ ଚଷମା ଓ ଛୁରୀ 

masiha

ଲିଫ୍ଟ ଦେବାକୁ ପଡିଲା ମହଙ୍ଗା, ନିର୍ଦ୍ଧାରିତ ସ୍ଥାନରୁ ମାତ୍ର କେଇ ମିଟର ବାଇକ ଅତିକ୍ରମ ଦ୍ଵାରା ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

Sunil Chandra Nayak

ଜାତୀୟ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡିଲେ ଧରା

Leave a Comment

error: Content is protected !!