ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା/ ଭାରତୀୟ ଜନତା ପାର୍ଟି, ରାଉରକେଲା ଜିଲ୍ଲା କାର୍ଯ୍ୟାଳୟ ରେ ଆଜି ଏକ ପ୍ରସ୍ତୁତି ବୈଠକ – ମୋ ମାଟି ମୋ ଦେଶ – କାର୍ଯ୍ୟକ୍ରମ ଉପରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାମୁହିକ ବନ୍ଦେ ମାତରଂ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶି ଓରାମ । ଏହା ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରାଙ୍କ ମା’ଙ୍କ ନିଧନରେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ୧ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ତାଙ୍କ ସ୍ବାଗତ ଭାଷଣରେ ରାଜ୍ୟରୁ ଆସିଥିବା ମାର୍ଗଦର୍ଶିକା କୁ କାର୍ଯ୍ୟକାରୀ କରିବାପାଇଁ ସୂଚନା ଦେବାସହ ସଂଗଠନକୁ ମଜବୁତ କରିବାକୁ ସମସ୍ତେ ପ୍ରୟାସ କରିବାପାଇଁ କହିଥିଲେ। ସୁଶ୍ରୀ ଓରାମ କାର୍ଯ୍ୟକ୍ରମର ସୂଚୀ ପ୍ରକାଶ କରିବା ସହିତ “ମୋ ମାଟି ମୋ ଦେଶ ” କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ପ୍ରତି ୱାର୍ଡ ,ପଞ୍ଚାୟତ, ଓ ସଦିଦଙ୍କ ଘରୁ ମାଟି ଓ ଚାରା ସଂଗ୍ରହ କରିବାକୁ କହିଥିଲେ । ପ୍ରତି ମଣ୍ଡଳ ସ୍ତରରେ ଅତି କମରେ ୭୫ ଟି ଚାରା ରୋପଣ କରିବା ସହିତ ବହୁ ପରିମାଣରେ ଦିଲ୍ଲୀ ପଠାଇବାକୁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ଅଗଷ୍ଟ କ୍ରାନ୍ତି ଦିବସ ୯ ତାରିଖ ଦିନ ସମସ୍ତ ପଞ୍ଚାୟତ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଦୁର୍ନୀତି ବିରୁଦ୍ଧରେ ଜନ ଆନ୍ଦୋଳନ କରି ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିବା ପାଇଁ କହିଥିଲେ । ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ତାଙ୍କ ଭାଷଣରେ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେବା ସହିତ ସଙ୍ଗଠନକୁ ସୃଦୃଢ଼ କରିବାକୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ଆଜିର ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ପ୍ରମିଳା ଦାସ, ଜଗବନ୍ଧୁ ବେହେରା , ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ଓ ମଳୟ ମହାପାତ୍ର ମଞ୍ଚାସୀନ ଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ ଘୋଷଣା କରିଥିବା ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ତାଲିକାରେ ସୁଶ୍ରୀ ସୁକେଶି ଓରାମ ପୁନର୍ବାର ଉପସଭା ନେତ୍ରୀ ରୂପେ ସ୍ଥାନ ପାଇଥିବା ଯୋଗୁ ଆଜି ଏହି ବୈଠକରେ ଜିଲ୍ଲା ତରଫରୁ ବିଭିନ୍ନ ମୋର୍ଚ୍ଚା ଓ ମଣ୍ଡଳ ତରଫରୁ ତାଙ୍କୁ ଅଭିନନ୍ଦନ କରାଯିବା ସହିତ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଉପସଭାପତି ପ୍ରମିଳା ସୋନା,ସୁବ୍ରତ ପଟ୍ଟନାୟକ, ଦିଲ୍ଲୀପ ଦାସ, ଜିଲ୍ଲା ସମ୍ପାଦକ ସସ୍ମିତା ପାଢ଼ୀ , ଅଜୟ କଂସାରି, ପ୍ରବାଳ ବାରିକ ,ଆଶା ନାଇଡୁ, ଜିଲ୍ଲା କୋଷାଧ୍ୟକ୍ଷ ମନୋଜ ମାହେଶ୍ୱରୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ଗୌତମ , ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ବାବୁଲି ମୁର୍ମୁ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରୋହିତ ତନ୍ତୀ, ଜିଲ୍ଲା ଅଳ୍ପସଂଖକ୍ୟ ମୋର୍ଚ୍ଚା ସଭାପତି ସେଖ ମୂଜାହିଦ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁଶିଲ ସେଠୀ, ମୁଖପାତ୍ର ଭଗବାନ ରାଉତ, ବିଭିନ୍ନ ମଣ୍ଡଳର ସଭାପତି ସର୍ବଶ୍ରୀ ହିରୋଜ ରାୟ,ବିନ୍ଦର ସିଂହ,ପ୍ରସନ୍ନ ଦାସ ,ଜୟନ୍ତ ଦାଶ ଓ ସକ୍ତେଶ୍ୱର ପାତ୍ର,ବିଭୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଉପସଭାପତି ଅମରେନ୍ଦ୍ର ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସମ୍ପାଦକ ପରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

masiha

ଜୁନାଗଡ଼ ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ

masiha

ଖଡ଼ିଆଳ ରେ ୧୨ ଘଣ୍ଟା ବନ୍ଦ ପାଳନ

masiha

Leave a Comment

error: Content is protected !!