ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏଟିଏମ କାଟି ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

ଏଟିଏମ କାଟି ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

ନୂଆପଡ଼ା,ନୂଆପଡା ଜିଲ୍ଲା ଖଡ଼ିଆଳ ରେ ଏଟିଏମ କୁ କାଟି ଲକ୍ଷ୍ୟାଧିକ ଟଙ୍କା ଲୁଟି ନେଲେ ଲୁଟେରା । ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ପୋଲିସ ଛାନ ବିନ ଆରମ୍ଭ କରଥିବା ସୂଚନା ମିଳିଛି । ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତି ରେ ଖଡ଼ିଆଳ ମିଶନ ନିକଟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ କୁ କୌଣସି ଦୁର୍ବୁତ୍ତ ମାନେ ଆସି ଗ୍ୟାସ କଟର ମାଧ୍ୟମରେ କାଟି ଉଠାଇ ନେଇଯାଇଛନ୍ତି । ଏଟିଏମ ଭିତରେ ୧୪ ଲକ୍ଷ ୮୦ ହଜାର ପାଞ୍ଚ ଶହ ଟଙ୍କା ରହିଥିବା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଚିଫ ମ୍ୟାନେଜର ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନୂଆପଡା ଆରକ୍ଷୀ ଅଧିକକ୍ଷ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଖଡ଼ିଆଳ ଏସ୍ଡିପିଓ ଅରୁପ ଅଭିଷେକ ବେହେରା କହିଛନ୍ତି ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜାମଦା ଥାନା ! ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମ ମାମଲାରେ ୨ କୋର୍ଟ ଚାଲାଣ 

masiha

ଲକ୍ଷାଧିକ ଟଙ୍କା ର ଚୋରି ସାମଗ୍ରୀ ଉଦ୍ଧାର ସହ ଚାରି ଗିରଫ 

Sunil Chandra Nayak

ଭୁଲଵେଡା ପ୍ରାଚୀନ ଜଳେଶ୍ବର ବାବା ଶୈବ ମନ୍ଦିରରେ କଳା କନା ବୁଲେଇଲେ ଦୁବୃର୍ତ୍ତ 

masiha

Leave a Comment

error: Content is protected !!