ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଲୁକ ଆଇନ ସେବା କମିଟି ଦ୍ୱାରା ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ତାଲୁକ ଆଇନ ସେବା କମିଟି ଦ୍ୱାରା ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ଜୁନାଗଡ଼ ,୨/୫(ମନୀସ)-ମେ ଦିବସ ଅବସରରେ ତାଲୁକ ଆଇନ ସେବା କମିଟି, ଜୁନାଗଡ଼ ପକ୍ଷରୁ ବଣ୍ଡାକୁଟ୍ରାସ୍ଥିତ କର୍ତ୍ତଵ୍ୟ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଦିପେନ୍ଦ୍ର ସିଂ ରାଠୋର ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ବରିଷ୍ଠ ଆଇନଜୀବୀ ଅଶୋକ ପାତ୍ର, ବାଳକୃଷ୍ଣ ଆଚାରୀ, ବାର ଆସୋସିଏସନର ସମ୍ପାଦକ ରମେଶ ଚନ୍ଦ୍ର ନାଏକ, ଆଇନଜୀବୀ ମିଲାପ ଜୈନ, ପବ୍ଲିକ ପ୍ରୋସିକ୍ୟୁଟର ଟଙ୍କଧର ନାଏକ, ଆଇନଜୀବୀ ଅଶୋକ ପଣ୍ଡା, ପୋଲିସ ଅଧିକାରୀ ମକରଧ୍ୱଜ ବିଷୋୟୀ, କର୍ତ୍ତଵ୍ୟର ମୂଖ୍ୟ ଅଶୋକ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଶ୍ରମିକଙ୍କ ତ୍ୟାଗ ଓ ଯୋଗଦାନକୁ ସ୍ମରଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ କହିଥିଲେ, “ଶ୍ରମିକମାନେ ହେଉଛନ୍ତି ଦେଶର ବିକାଶର ମେରୁଦଣ୍ଡ। ସେମାନଙ୍କ ଅଧିକାର, ସୁରକ୍ଷା ଓ କଲ୍ୟାଣ ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଶ୍ରମ ଆଇନ, ସାମାଜିକ ସୁରକ୍ଷା ଯୋଜନା ବିଷୟରେ ସଚେତନତା ଜରୁରୀ।”

ଶ୍ରମିକଙ୍କ ପାଇଁ ଆଇନଗତ ସହାୟତା, ସରକାରୀ ଯୋଜନା ସମ୍ପର୍କରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ଓ ଆଗାମି ଦିନରେ ସଙ୍ଗଠିତ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲା।

କାର୍ଯ୍ଯକ୍ରମରେ ବଣ୍ଡାକୁଟ୍ରା ଅଞ୍ଚଳର ଶ୍ରମିକ ଭାଇ-ଭଉଣୀ, ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ। କର୍ତ୍ତଵ୍ୟର ମୂଖ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ ସଭା ପରିଚାଳନ କରିଥିବା ବେଳେ କର୍ତ୍ତଵ୍ୟର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜୁନାଗଡ କୋର୍ଟର କର୍ମଚାରୀ, ଜୁନାଗଡ ଥାନା ର ପୋଲିସ ଅଧିକାରୀ ଓ କର୍ତ୍ତବ୍ୟ ର କର୍ମଚାରୀ ସହଯୋଗ କରିଥିଲେ। ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗଡା ପୋଲ ନିର୍ମାଣରେ ବିଳମ୍ବ, ଭୟଭୀତ ଯାତ୍ରୀ

Sunil Chandra Nayak

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ନୂତନ ବର୍ଷ ୨୦୨୩, ମହା ଆଡମ୍ବରରେ ପାଳିତ

Sunil Chandra Nayak

ମତଦାନ କେନ୍ଦ୍ର ଦାବି ପୂରଣ ନ ହେବାରୁ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଲେ ସିର୍ଲିଗୁଡା ଗ୍ରାମବାସୀ

masiha

Leave a Comment

error: Content is protected !!