ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ 

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ 

ବାଲିଗୁଡ଼ା, ତା, ୦୨/୦୫ : (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ସୁଡ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଦୀପ ନିଆଁରୁ ଘଟିଲା ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ବୃଦ୍ଧା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଚାରି ଭାଇ । ନିଆଁରେ ପୋଡ଼ି ଦୁଇଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଭାଇ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ କରେଣ୍ଟ ନଥିବା ଯୋଗୁଁ ଘରେ ଏକ ମହମବତୀ ଲଗାଇ ରାତିରେ ଶୋଇଥିଲେ ପରିବାର ଲୋକେ । କୌଣସି କାରଣ ବଶତଃ ମହମବତୀ ନିଆଁ ନିକଟରେ ଥିବା ପେଟ୍ରୋଲ ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ଘଟିବା ସହ ନିକଟରେ ଥିବା ଗ୍ୟାସ୍ ସିଲିଣ୍ଡର ମଧ୍ୟ ଜଳି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଅନ୍ୟପଟେ ସୁଡ୍ରା ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କ ପରିବାର ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ଘର ସମେତ ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ବୃଦ୍ଧା ମା ନାରସୁ ସାହୁ (୬୦) ଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଭାଇ ଗୁରୁତର ଆହତ ହୋଇ ପ୍ରଥମେ ସୁଡ୍ରା ଓ ପରେ ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା କହିଛନ୍ତି ସୁବାସ । ଖବର ପାଇ ଘଟଣା ସ୍ଥଳ ରେ ବାଲିଗୁଡ଼ା ଅଗ୍ନିଶମ ଵିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିବା ଜଣା ପଡିଛି l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଘାଟିତ 

Sunil Chandra Nayak

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

masiha

ଜୁନାଗଡ଼ ସ୍ଥିତ କୁରୁଗୁଡା ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରୋଷେୟା ସେବାୟତ ସଙ୍ଘ ପକ୍ଷରୁ ବ୍ଲକ ସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ 

Leave a Comment

error: Content is protected !!