ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ ସହୀଦ ଭଗତ ସିଂ ଙ୍କୁ ଶ୍ରଦ୍ଧାଞ୍ଜଳି

ବାଲୁକା କଳାରେ ସହୀଦ ଭଗତ ସିଂ ଙ୍କୁ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା: ଆପୋଷ ହୀନ ଧାରାର ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂ, ଶୁକଦେବ, ରାଜଗୁରୁ ଙ୍କ ୯୪ ତମ ଫାସୀ ଦିବସ ଉପଲକ୍ଷେ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ l ସେ ଏକ ଟ୍ରିପ ବାଲିରେ ଉକ୍ତ ମଡେଲଟି ତିଆରି କରି ଭଗତ ସିଂ ଙ୍କ ସ୍ଲୋଗାନ “ଇଂକଲାବ, ଜ଼ିନ୍ଦାବାଦ ” ଲେଖିଛନ୍ତି l ଶ୍ରୀ ସାହୁ କହିଛନ୍ତି ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଭଗତ ସିଂ ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ l ସେ ଚାହୁଁଥିଲେ ଭାରତରୁ ବ୍ରିଟିଶ ହଟିବା ସଙ୍ଗେ ସଙ୍ଗେ ଦେଶୀ ପୁଞ୍ଜିପତିଙ୍କ ଶୋଷଣ ଜୁଲୁମବି ହଟୁ l ତାଙ୍କର ସ୍ଲୋଗାନ ଥିଲା “ଆଜାଦି ଇଂକିଲାବ ସେ ମିଲତା, ମାଙ୍ଗନେସେ ନେହିଁ ” l ତେଣୁ ଗାନ୍ଧିଜୀଙ୍କ ସହ ତାଙ୍କର ନୀତିଗତ ପାର୍ଥକ୍ୟ ଥିଲା l ଆଜିକାର ଯୁବ ସମାଜ ଭଗତ ସିଂଙ୍କ ପଦାଙ୍କ ଅନୁକରଣ କରିବା ପାଇଁ ସେ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉତ୍କଳ ଦିବସରେ ଔପନ୍ୟାସିକା ପ୍ରଜ୍ଞାଙ୍କୁ ସମ୍ମାନିତ

Sunil Chandra Nayak

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୭ତମ ଜନ୍ମ ଦିବସ ପାଳିତ

masiha

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

masiha

Leave a Comment

error: Content is protected !!