ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ବନ ଦିବସରେ ବନରକ୍ଷୀ ସମ୍ମାନୀତ 

ବିଶ୍ଵ ବନ ଦିବସରେ ବନରକ୍ଷୀ ସମ୍ମାନୀତ 

ଡାବୁଗାଁ, ୨୨/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ର ଡାବୁଗାଁ ସେକସନ ଅଧୀନ ସରଗୁଲି ବିଟରେ କାର୍ଯ୍ୟରତ ମହିଳା ବନରକ୍ଷୀ ରିତାରାଣୀ ବିଶ୍ଵାସରାୟ ବିଶ୍ଵ ବନ ଦିବସରେ ଶ୍ରେଷ୍ଠ ବନରକ୍ଷୀ ସମ୍ମାନ -୨୦୨୪ ଭାବେ ସମ୍ମାନୀତ ହୋଇଛନ୍ତି | ଗୁରୁବାର ଭୁବନେଶ୍ଵର ସ୍ଥିତ ଜୟଦେବ ଭବନରେ ଓଡିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ବିଶ୍ଵ ବନ ଦିବସ ପାଳନ ଅବସରରେ ରିତାରାଣୀ ବିଶ୍ଵାସରାୟ ଙ୍କୁ ଶ୍ରେଷ୍ଠ ବନରକ୍ଷୀ ଭାବେ ପୁରସ୍କୃତ କରାଯାଇଛି | ଏଥିରେ ମେଡାଲ, ୧୦ ହଜାର ଟଙ୍କାର ଚେକ ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା | ଏନେଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଡାବୁଗାଁ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ, ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ ଓ ଡାବୁଗାଁ ବନାଞ୍ଚଳ ର ସମସ୍ତ ବନ କର୍ମଚାରୀ ମାନେ ତାଙ୍କୁ ଶୁଭେଛା ଜଣାଇଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ମାଜିଷ୍ଟ୍ରେଟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

masiha

ଜିଲ୍ଲା ସ୍ତରୀୟ ସ୍ଵଚ୍ଛତା ଉତ୍ସବ ପାଳିତ 

Sunil Chandra Nayak

ଖଇରାରେ ଉତ୍କଳ ସାମ୍ବାଦିକ ସଂଘର ସାଂଗଠାନିକ ବୈଠକ 

masiha

Leave a Comment

error: Content is protected !!