ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରାତ୍ରି ଉପଲକ୍ଷେ ପାର୍ବଣ ଉତ୍ସବ-୨୦୨୫ ଉଦ୍ ଯାପିତ

ନବରାତ୍ରି ଉପଲକ୍ଷେ ପାର୍ବଣ ଉତ୍ସବ-୨୦୨୫ ଉଦ୍ ଯାପିତ 

 ଢେଙ୍କାନାଳ : ତା.୨୯.୦୯.୨୦୨୫ :  ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୁରଙ୍ଗନା କଳା ନିକେତନ ଆନୁକୁଲ୍ୟରେ ମହାସମାରୋହରେ ନବରାତ୍ରି ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ “ପାର୍ବଣ” ଉତ୍ସବ ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ଭବନ ସଭାଗୃହରେ ଅନୁଷ୍ଠିତ ହୋଇ ଉଦ୍ ଯାପିତ ହୋଇଯାଇଛି।ସକାଳ ୧୦ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସଭାପତି ବସନ୍ତ ପଟ୍ଟନାୟକ,ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର,ପ୍ରଜ୍ଞାପ୍ରିୟା ନନ୍ଦ,ଜିତେନ୍ଦ୍ର ବେହେରା,ଅଜୟ କୁମାର ନନ୍ଦ,ପ୍ରମୀତା ହୋତା,ଜ୍ୟୋତି ପ୍ରକାଶ ସାହୁ ଉପସ୍ଥିତ ରହି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ ଘାଟିତ କରି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ।ଚିତ୍ରାଙ୍କନ,ରଙ୍ଗଭର, ପତ୍ରଲିଖନ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ସେମାନଙ୍କର ଗୁରୁମା,ଗୁରୁଜୀଙ୍କ ମାର୍ଗଦର୍ଶନରେ ସ୍ୱ ସ୍ୱ ମାତା,ପିତା,ଅଭିଭାବିକା,ଅଭିଭାବକ ମାନଙ୍କ ସହ ଅଂଶଗ୍ରହଣ କରିଥିଲେ।ଅପରାହ୍ନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମ୍ମାନିତ ଅତିଥି ଶିକ୍ଷାବିତ୍ ଶ୍ରୀବତ୍ସ ଗୁରୁଜୀ ଉପସ୍ଥିତ ରହି ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ଉତ୍ସାହିତ ଥିଲେ।ଶିକ୍ଷାବିତ୍ ଡ଼l.ମିଶ୍ର ସ୍ଵୀୟ ବକ୍ତବ୍ୟରେ ଆଜିର ଶିଶୁ କାଲିର ଭବିଷ୍ୟତ ଓ ତାଙ୍କ ଭିତରେ ଥିବା ବିଶେଷତା, ସୃଜନଶୀଳତା ଓ କଳାତ୍ମକ ପ୍ରତିଭାର ବିକାଶ ଓ ପରିପ୍ରକାଶ ହିଁ ଆମ କଳା,ସଂସ୍କୃତିର ବାର୍ତ୍ତାବହ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରି ଥିଲେ।ସେହିପରି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ସୌଦାମିନୀ ସାହୁ,ଡେପୁଟୀ କଲେକ୍ଟର, ଢେଙ୍କାନାଳ,ସମ୍ମାନିତ ଅତିଥି ରୂପେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବି.କେ ଉଷା ଦିଦି ଓ ମୁଖ୍ୟବକ୍ତା ଭାବରେ ଡିଆଇଇଟି ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ମଞ୍ଚାସୀନ ରହି ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ।ପୁରୀ,ଅନୁଗୋଳରୁ କଳାକାରଙ୍କ ନୃତ୍ୟ ସହିତ ସ୍ଥାନୀୟ କଳାକାରଙ୍କର ନୃତ୍ୟ ବିଶେଷ ଆକର୍ଷଣ ଥିଲା।ସବୁ ପିଲାଙ୍କୁ ଉତ୍ସାହିତ କରି ପୁରସ୍କାର ବିତରଣ କରାଯାଇଥିଲା ଓ ସମସ୍ତ ଅତିଥିବୃନ୍ଦଙ୍କୁ ମଧ୍ଯ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଅନୁଷ୍ଠାନର ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥିବୃନ୍ଦ ସ୍ଵୀୟ ବକ୍ତବ୍ୟରେ ଶିଶୁ କଳାକାର ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରଦର୍ଶନ ଦ୍ଵାରା ହିଁ ବିଶ୍ୱରେ ଆମ କଳା,ସଂସ୍କୃତି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ପରେ ପରେ ଅତିଥି କଳାକାର ଜ୍ୟୋତିପ୍ରକାଶ ମହାପାତ୍ର,ପ୍ରମୀତା ହୋତା,ରାଜେନ୍ଦ୍ର ଭଞ୍ଜ ପ୍ରମୁଖଙ୍କ ଦ୍ଵାରା ପାରମ୍ପରିକ ଓ ଆଧୁନିକ ସଙ୍ଗୀତ ପରିବେଷଣ,ଅନୁଷ୍ଠାନର ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇଥିଲା।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସୁରଙ୍ଗନା କଳା ନିକେତନର ସମ୍ପୂର୍ଣ୍ଣ ପରିବାରର କର୍ମକର୍ତ୍ତା ଓ ସଦସ୍ୟା,ସଦସ୍ୟ ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ ସଫଳ ଭାବରେ ସମ୍ପାଦିତ ହୋଇଥିଲା।ପରିଶେଷରେ କାର୍ଯ୍ୟକ୍ରମ ସଞ୍ଚାଳିକା ସୁଶ୍ରୀ ପ୍ରଜ୍ଞା ପ୍ରିୟା ନନ୍ଦ ଓ ସଂଚାଳକ ଜିତେନ୍ଦ୍ର କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ 

masiha

ଜିଲ୍ଲା ସ୍ୱରୀୟ ସ୍ୱାଉଡ଼ ଓ ଗାଇଡ଼ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ 

masiha

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ସରଗୁଲକୁ ହରାଇ ସେମିରେ ଭାଲୁପିଆ

Sunil Chandra Nayak

Leave a Comment

error: Content is protected !!