ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରୁ ପାଣି ଶୁଖାଇବାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା 

ପୋଖରୀରୁ ପାଣି ଶୁଖାଇବାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା 

ବସ୍ତା ,୨୭।୬: ବସ୍ତା ବ୍ଲକ ଅନ୍ତର୍ଗତ ନାବଦା ଗ୍ରାମରେ ବେଆଇନ ଭାବରେ ପୋଖରୀ ଶୁଖାଇବାକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ଗାଡିଆ ପୋଖରୀ ସବୁ ଶୁଖି ଯାଇ ଥିବା ବେଳେ ଟୋପାଏ ପାଣି ପାଇଁ ପଶୁ ପକ୍ଷୀ ଓ ଜୀବଜନ୍ତୁ ଠୁ ଆରମ୍ଭ କରି ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାବଦା ଗ୍ରାମରେ ଥିବା ଏହି ପୋଖରୀର ପାଣିକୁ ଗ୍ରାମର ଅଧିକାଂଶ ଲୋକ ବ୍ଯବହାର କରୁଥିବା ବେଳେ ଗାଇ ଗୋରୁ ,ପଶୁ ପକ୍ଷୀ ଇତ୍ଯାଦି ଏହି ପୋଖରୀରୁ ପାଣି ପିଇଥାନ୍ତି।ମାତ୍ର ଗ୍ରାମର ଜନୈକ ବ୍ଯକ୍ତି ମଙ୍ଗଳବାର ରାତିରେ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ମିଟରରୁ ପାଖା ପାଖି ଦୁଇ କଏଲ୍ ତାର ବିଦ୍ଯୁତ ସଂଯୋଗ କରି ଦୁଇଟି ଇଲେକ୍ଟ୍ରିକ ମଟର ଲଗାଇ ପାଣି ଶୁଖାଉ ଥିଲେ। ସକାଳେ ଗ୍ରାମବାସୀ ଜାଣିପାରି ଉକ୍ତ ବ୍ଯକ୍ତିଙ୍କୁ ପଚାରିବାରୁ ସେମାନଙ୍କ ମଧ୍ୟରେ ଉଚ୍ଚବାଚ ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।ଖବର ପାଇ ଏସଡ଼ିପିଓ ଅରୁଣ କୁମାର ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।ଏପରି ସ୍ଥଳେ ଗ୍ରାମର ଏହି ପୋଖରୀକୁ ବେଆଇନ ଭାବରେ ଶୁଖା ଯାଉ ଥିବାରୁ ଗ୍ରାମବାସୀ ମାନେ ଜନୈକ ବ୍ଯକ୍ତିଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଥିଲେ। ଖବର ପାଇ ବସ୍ତା ବିଦ୍ଯୁତ ବିଭାଗର ସେକ୍ସନ ମ୍ଯାନେଜର ମୃତ୍ଯୁଞ୍ଜୟ ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଗ୍ରାମରେ ପହଞ୍ଚି ବେଆଇନ ବିଦ୍ଯୁତ ସଂଯୋଗ ବିଛିନ୍ନ କରିବା ସହ ଘଟଣାର ତଦନ୍ତ ଚଳାଇଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

Waltair Division Holds Divisional Committee Meeting of Hon’ble MPs at Visakhapatnam

Sunil Chandra Nayak

ଦୁର୍ଗମ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ଼ ବିଧାୟକ ଲୋକଙ୍କ ସମସ୍ୟା ଶୁଣିଲେ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

କୋମନା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!