ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବ ବିଜାଘାଟିର କାଲିଆମାଳି ପାହାଡ 

ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବ ବିଜାଘାଟିର କାଲିଆମାଳି ପାହାଡ 

ସ୍ଥିତି ପରକ୍ଷିଲେ କୋରାପୁଟ ଜିଲ୍ଲାପାଳ ଓ ଏସ୍ ପି

ନାରାୟଣପାଟଣା,୨୩/୧୨/୨୪,ପର୍ଯ୍ୟଟନ କ୍ଷେତ୍ରରେ ନୁଆ ଅଧ୍ୟାୟ ଯୋଡ଼ି ହେବ ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତ ର କାଲିଆମାଳି ପାହାଡ ।ପରବ ରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା ଙ୍କୁ ଭେଟି ବ୍ଲକ ଉପାଧକ୍ଷା ରିନୁ ଦାସ କାଲିଆମାଳି ପାହାଡ ର ବିକାଶ ପାଇଁ ଅନୁରୋଧ କରିବା ପରେ ଆଜି ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀଙ୍କ ଙ୍କ ସୁଅ ଛୁଟିଥିଲା କାଲିଆମାଳ ପାହାଡକୁ । କୋରାପୁଟ ଜିଲ୍ଲାପାଳ ଭି କିର୍ତି ୱାସନ, ଉପଜିଲ୍ଲାପାଳ ବେଣୁଧର ଶବର ଜିଲାପାଳ,ଜିଲ୍ଲା ଆରକ୍ଷି ଅଧିକାରୀ ଏସ୍ ପି ଶ୍ରୀ ବର୍ମା,ଉପଜିଲ୍ଲାପାଳ ବେଣୁଧର ଶବର ,ବିଡିଓ ପ୍ରିୟା ଲୁହାର ,ବ୍ଲକ ଏଇ ଶୁଶାନ୍ତ ମହାଳିକ,ଆଇ ଆଇ ସି ପ୍ରମୋଦ ନାୟକ ,ସରପଂଚ ପିଲିବ ଶିରିକା,ପ୍ରମୁଖ କାଲିଆମାଳ ପାହାଡ ରେ ପହଂଚି ପାରି ପାର୍ଶିକ ର ତଦାରଖ କରିଥିଲେ ।ମନରୋମା ଦୃଶ୍ୟ କୁ ଦେଖି ବିମୋହିତ ହୋଇ ଥିଲେ ବରିଷ୍ଠ ପବ ପ୍ରଶାସନ ଅଧିକାରୀ। ବହୁତ ଶୀଘ୍ର ରାସ୍ତା,ପାନୀୟ ସୁବିଧା , ପର୍ଯ୍ୟଟକ ଙ୍କ ପାଇଁ ନାଇଟ କ୍ୟାମ୍ପ , ସହ ପର୍ଯଟକ ଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଗଣମାଧ୍ୟମକୁ କହିଥିଲେ । ସେମିଳିଗୁଡା ବ୍ଲକର ପୁଟସିଲ ,ତାଲମାଲି ପାହାଡ , ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଚାୟତ ର ବାରୀ ଜଳପ୍ରପାତ ସହ କାଲିଆ ମାଳି ପାହାଡ କୁ ମିଶେଇ ଏକ ପର୍ଯ୍ୟଟନସ୍ଥଳୀ ର ହବ କରାଯିବ ,ଯେପରି କୋରାପୁଟ ପଯ୍ୟଟନ କ୍ଷେତ୍ର ରେ ଆଉ ଏକ ମାଇଲ ଟନ ଯୋଡ଼ି ହେବ ।କାଲିଆ ମାଳି ପାହାଡ କୁ ରାସ୍ତା କାମ ଚାଲିଛି ।ରହିବା ପାଇଁ ବ୍ୟବସ୍ଥା ,ଫଟୋ ଭ୍ୟୁ ପୋଏଣ୍ଟ ,ଖେଳ , ପର୍ଯଟକ ଙ୍କୁ ସୁହାଇଲା ଭଳି ସମସ୍ତ ବ୍ୟବସ୍ଥା କରାଯିବ । ଏଠାକାର ବେକାର ଯୁବକ ଯୁବତୀଙ୍କୁ ପରୋକ୍ଷ ପ୍ରତ୍ୟକ୍ଷ ରେ ଜୀବିକି ମିଳିବ । ପର୍ଯ୍ୟଟନ ସ୍ଥଳୀ ହେଲେ ଏଠାକିର ଜଙ୍ଗଲଜାତ ଦ୍ରବ୍ୟ ,ସହ ଏ ଅଂଚଳର ବିକାଶ ହେବ ।ସେ ଦିଗରେ ଜିଲ୍ଲା ପ୍ରଶାସନ ବହୁତ ଶୀଘ୍ର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରି ପର୍ଯଟନ ବିଭାଗକୁ ପଠେଇ ଯଥା ଶୀଘ୍ର କାମ ଆରମ୍ଭ ହେବ ।ଫିଲ୍ମ ସୁଟିଂ,ରିଲ,ହୋଟେଲ ର ବ୍ୟବସ୍ଥା କରାଯିବ ।ନାଲକୋ ,ହାଲ ପରି ରାଷ୍ଟ୍ରାୟତ କମ୍ପାନୀ ର ପାଦ ଦେଶରେ ଏପରି ସୁନ୍ଦର ମନୋଲୋଭା ଲୁକ୍କାୟିତ କାଲିଆମାଳ ପାହାଡ ଥିବା ସିମଲା ଠାରୁ ଅତି ମନୋରୋମା ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ।ତେବେ ନାରାୟଣପାଟଣା ବ୍ଲକ ଠାରୁ ୩୨ କିଲୋମିଟର ଦୁର ,ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ଶହେ କିଲୋମିଟର ଦୁର ଏହି ଲୁକ୍କାୟିତ କାଲିଆମାଳ ପାହାଡ ପର୍ଯ୍ୟଟନ ସ୍ଥଳୀ ହେବା କୁ ଯାଉଥିବାରୁ ସମସ୍ତ ବ୍ଲକ ବାସୀ ଙ୍କ ମନରେ ଖୁସୀର ଲହରୀ ଖେଳିଯାଇଛି,ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣେଇ ଛନ୍ତି ବ୍ଲକ ବାସୀ ।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

 

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

Sunil Chandra Nayak

ଆଭା ଅନ୍ଵେଷ ପକ୍ଷରୁ କୁତ୍ରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ

masiha

Leave a Comment

error: Content is protected !!